Latest Odisha News

BREAKING NEWS

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ତ୍ରୀ ମୃତ ,ସ୍ୱାମୀ ଗୁରୁତର

ମାଲକାନଗିରି : ଭାଲୁ ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ହେଲା କାଳ । ଭାଲୁ ମାରବି ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ୱାମୀ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଶିଖପାଲ୍ଲୀ ପଞ୍ଚାୟତରେ ଘଟିଛି।

ମାଲକାନଗିରି ସଦର ଥାନା ଅନ୍ତର୍ଗତ ପାଲକୋଣ୍ଡା ଗାଁ ର ଦେବା ମାଢି ଓ ତାଙ୍କ ସ୍ତ୍ରୀ ଉରେ ମାଢି କାଠ ସଂଗ୍ରହ ପାଇଁ ଏମ.ଭି ୧୭ କୃଷ୍ଣ ଦେବନାଥଙ୍କ ମିକ୍ସଚର କାରଖାନାକୁ ବିକ୍ରି କରିବା ଲାଗି ନିଅନ୍ତି । ହେଲେ ଆଜି କାଠ ନେଇ ମିକ୍ସଚର କାରଖାନା ଭିତରକୁ ପଶିବା ବେଳକୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ସ୍ତ୍ରୀ ଉରେ ମାଢି,ତାଙ୍କୁ ଛଟପଟ ହେବା ଦେଖି ସ୍ୱାମୀ ଦେବା ମାଢୀ ତାଙ୍କୁ ବଞ୍ଚାଇବା ପାଇଁ ଯାଇଥିଲେ।

ହେଲେ ଦୁର୍ଭାଗ୍ୟବସତଃ ଉରେ ମାଢୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯଥିଲା । ସ୍ୱାମୀ ଦେବା ସେଠାରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ । ପରେ ଗାଁ ଲୋକ ଉଭୟଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ଡାକ୍ତର ସ୍ତ୍ରୀ ଉରେଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥାରେ ଦେବାଙ୍କ ଚିକିତ୍ସା ଚାଲିଛି।

ଏମ ୧୭ ଗାଁ ର କୃଷ୍ଣ ଦେବନାଥ ଭାଲକୁ ମାରିବା ପାଇଁ ମିକ୍ସଚର କାରଖାନା ଚାରିପଟେ ବିଦ୍ୟୁତ ତାର ବିଛାଇଥିଲେ ବୋଲି ଜଣାପଡ଼ିଛି । ଗାଁ ଲୋକ ପରିବାରକୁ କ୍ଷତି ପୁରଣ ଦେବା ପାଇଁ ଦାବି କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.