Latest Odisha News

BREAKING NEWS

ଦିଲ୍ଲୀ ଦଙ୍ଗା ସୁଚିନ୍ତିତ ଷଡଯନ୍ତ୍ର ଥିଲା: ହାଇକୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ସୁଚିନ୍ତିତ ଷଡଯନ୍ତ୍ର ଥିଲା ବୋଲି ହାଇକୋର୍ଟ କହିଛନ୍ତି । ଅଭିଯୁକ୍ତ ମହମ୍ମଦ ଇବ୍ରାହିମଙ୍କୁ ଜାମିନ ପ୍ରଦାନ କରାଯିବା ପ୍ରସଙ୍ଗରେ କୋର୍ଟ ଏହା କହିଛନ୍ତି । ଏହି ହିଂସା କାଣ୍ଡ ହଠାତ ଘଟି ନ ଥିଲା । ସରକାର ଏବଂ ସାମାନ୍ୟ ଜୀବନରେ ବାଧା ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ବିଚାରପତି ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି ।

୪୨ ଲୋକ ଏହି ଦଙ୍ଗାରେ ମୃତ୍ୟୁବରଣ କରିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ । ଇବ୍ରାହିମ ଖଣ୍ଡା ଧରି ଧମକାଉଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା । ଚାନ୍ଦବାଗରେ ପୋଲିସକର୍ମୀଙ୍କ ଉପରକୁ ଆକ୍ରମଣ କରାଯିବା ଫଳରେ ହେଡ କନେଷ୍ଟବଳ ରତନ ଲାଲଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଦଙ୍ଗାର କାରଣ ନେଇ ପୋଲିସର ତଦନ୍ତକୁ ହାଇକୋର୍ଟ କଡା ସମାଲୋଚନା କରିଥିଲେ ।

Leave A Reply

Your email address will not be published.