Latest Odisha News

ଆସନ୍ତାକାଲି ପିପିଲି ଉପନିର୍ବାଚନ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ପୁରୀ : ଆସନ୍ତାକାଲି ପିପିଲି ଉପନିର୍ବାଚନ । ଭୋଟର କରିବେ ନେତାଙ୍କ ଭାଗ୍ୟ ପରୀକ୍ଷା । ଏହା ପୂର୍ବରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଭଳି ମୁକ୍ତ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଡେଲାଙ୍ଗ ଓ ପିପିଲିରେ ଇଭିଏମ୍, ଭିଭିପାଟ୍ ଓ ଜାତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପଞ୍ଜିକୃତ ସମସ୍ତ ନିର୍ବାଚନୀ ଉପକରଣ ପହଞ୍ଚିଛି । ଆସନ୍ତାକାଲି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ବୁଥକୁ ସାନିଟାଇଜ୍ କରାଯାଇଛି ।

୨୦୧ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ବେଳେ, ୧୭୫ଟି ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନରେ ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି । ମାଇକ୍ରୋ ଅବଜର୍ଭର ଓ ସେଣ୍ଟ୍ରାଲ ଫୋର୍ସ ମୁତୟନ ହୋଇଛନ୍ତି । ସବୁ ବୁଥରେ ଲାଗିଛି ସିସିଟିଭି କ୍ୟାମେରା । ଏହାସହ ଉପନିର୍ବାଚନରେ ୨ ହଜାର ୨୦୦ ପୋଲିଂ କର୍ମଚାରୀ ଥିବା ବେଳେ, ୨ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହେବେ । କରୋନା ପାଇଁ ବୁଥରେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ, ଡବଲ ଡୋଜ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ନିୟୋଜିତ ହେବେ । ପ୍ରତି ବୁଥରେ ହଜାରେ ଜଣ ମତଦାତା ଭୋଟ ଦେବେ । ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Comments are closed.