ଦେବଗଡ଼ : ଭିଜିଲାନ୍ସ ଜାଲରେ ଦେବଗଡ ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ର । ଅବକାରୀ ଅଧୀକ୍ଷକଙ୍କ ଦେବଗଡ଼ ସ୍ଥିତ ବାସଭବନରେ ରେଡ କରିଛି ଭିଜିଲାନ୍ସ । ଅବକାରୀ ଏଏସଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଲାଞ୍ଚ ନେବା ଅଭିଯୋଗରେ ଚଢ଼ାଉ ହୋଇଛି । ମଦ ଭାଟି ମାଲିକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେବା ସମୟରେ ଧରାପଡିଛନ୍ତି ଅବକାରୀ ଏଏସଆଇ ମଥୁରା ମୋହନ । ମଦ ଭାଟି ମାଲିକଙ୍କ ଠାରୁ ୩ ଲକ୍ଷ ଟଙ୍କା ଦାବି କରି ପ୍ରଥମ କିସ୍ତିରେ ୧ ଲକ୍ଷ ୫୦ ହଜାର ଟଙ୍କା ନେବା ବେଳେ ଧରାପଡିଛନ୍ତି ମଥୁରା ମୋହନ । ବାରକୋଟ ଥାନା ବିଦେଇ ବଡକୁଦର ମଦଭାଟିରେ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି । ଘଟଣାରେ ଦେବଗଡ଼ ଓ ବ୍ରହ୍ମପୁରରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।
BREAKING NEWS
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ

Comments are closed.