ଦେବଗଡ଼ : ଭିଜିଲାନ୍ସ ଜାଲରେ ଦେବଗଡ ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ର । ଅବକାରୀ ଅଧୀକ୍ଷକଙ୍କ ଦେବଗଡ଼ ସ୍ଥିତ ବାସଭବନରେ ରେଡ କରିଛି ଭିଜିଲାନ୍ସ । ଅବକାରୀ ଏଏସଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଲାଞ୍ଚ ନେବା ଅଭିଯୋଗରେ ଚଢ଼ାଉ ହୋଇଛି । ମଦ ଭାଟି ମାଲିକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେବା ସମୟରେ ଧରାପଡିଛନ୍ତି ଅବକାରୀ ଏଏସଆଇ ମଥୁରା ମୋହନ । ମଦ ଭାଟି ମାଲିକଙ୍କ ଠାରୁ ୩ ଲକ୍ଷ ଟଙ୍କା ଦାବି କରି ପ୍ରଥମ କିସ୍ତିରେ ୧ ଲକ୍ଷ ୫୦ ହଜାର ଟଙ୍କା ନେବା ବେଳେ ଧରାପଡିଛନ୍ତି ମଥୁରା ମୋହନ । ବାରକୋଟ ଥାନା ବିଦେଇ ବଡକୁଦର ମଦଭାଟିରେ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି । ଘଟଣାରେ ଦେବଗଡ଼ ଓ ବ୍ରହ୍ମପୁରରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।
BREAKING NEWS
- ୟୁକ୍ରେନ ଉପରେ ମିସାଇଲ୍ ମାଡ଼, ୩୦ରୁ ଅଧିକ ଆହତ
- ଓଡ଼ିଆ ପକ୍ଷର ତ୍ରୟୋଦଶ ଦିବସ ଅବସରରେ “ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ
- ମ୍ୟାଟ୍ରିକ ପରେ କେଉଁ ପାଠ ପଢ଼ିବା ଭଲ? କ୍ୟାରିଅର ଗଢ଼ିବା ପାଇଁ ସଠିକ୍ ବାଟ କଣ?
- ଭାରତର ପ୍ରଥମ ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନର ସଫଳ ପରୀକ୍ଷଣ ; କିଛି ସେକେଣ୍ଡରେ ଧ୍ୱଂସ ହେବ କ୍ଷେପଣାସ୍ତ୍ର
- ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍; ସେମିଫାଇନାଲରେ ଏହି ଦଳ
- ସୋସିଆଲ ମିଡିଆରେ ପୂନର୍ବାର ମୁହାଁମୁହିଁ ହେଲେ ଭିନେଶ ଆଉ ବବିତା
- କେଉଁ ରାଶିର ଲୋକେ ଅଧିକ ପ୍ରେମରେ ପଡ଼ନ୍ତି? ଜ୍ୟୋତିଷ ଶାସ୍ତ୍ର କ’ଣ କୁହେ?
- କାହିଁକି ସାମ୍ବାଦିକଙ୍କୁ ହେଉଛି ଅଧିକ ପେଟ ରୋଗ?
- ସର୍ବଭାରତୀୟ ପୋଲିସ ହକି: ପଞ୍ଜାବ, ବିଏସଏଫ, ସିଆରପିଏଫ, ଆଇଟିବିପି ସେମିରେ
- ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦଯାତ୍ରାର ଆୟୋଜନ
Comments are closed.