Latest Odisha News

‘ସାମ୍ପ୍ରତିକ ସାହିତ୍ୟର ବିବିଧ ଦିଗନ୍ତ’ ଶୀର୍ଷକରେ ଆନ୍ତର୍ଜାତୀୟ ଗବେଷଣା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଫକୀରମୋହନ ଫାଉଣ୍ଡେସନ, ନୂଆ ଦିଲ୍ଲୀ, ଓଡ଼ିଶା ଶାଖା ଓ କାନ୍ସ କଲଚରାଲ ସେଣ୍ଟର, ଟରୋଣ୍ଟୋ, କାନାଡ଼ାର ମିଳିତ ସହଯୋଗରେ “ସାମ୍ପ୍ରତିକ ସାହିତ୍ୟର ବିବିଧ ଦିଗନ୍ତ” ଶୀର୍ଷକରେ ଦଶଦିବସୀୟ ଆନ୍ତର୍ଜାତୀୟ ଗବେଷଣାର ଉଦଯାପନୀ ପର୍ବ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି ।

କାନ୍ସ କଲଚରାଲ ସେଣ୍ଟର ଟରୋଣ୍ଟୋର ମହାନିର୍ଦ୍ଦେଶିକା ସୁନନ୍ଦା ମିଶ୍ର ପଣ୍ଡା ଓ ରବୀନ୍ଦ୍ର କୁମାର ଦାସଙ୍କ ସଂଯୋଜନାରେ ଏବଂ ଫକୀରମୋହନ ଫାଉଣ୍ଡେସନ ନୂଆ ଦିଲ୍ଲୀର ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ମନିକା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଯାପନୀ ପର୍ବରେ ଦେବେନ୍ଦ୍ର କୁମାର ଦାଶ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ

ପ୍ରତ୍ୟେକ ଦିନ ୱେବିନାରର ଆରମ୍ଭରେ ଫକୀରମୋହନଙ୍କ କବିତାକୁ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦୀତା ଦାସ ଗାନ କରୁଥିଲେ ।

ଏହି ଦଶଦିବସୀୟ ଅନ୍ତର୍ଜାତୀୟ ୱେବିନାରରେ ହିରଣ୍ମୟୀ ମିଶ୍ର, ସନ୍ତୋଷ କୁମାର ରଥ, ଆଲୋକ ବରାଳ, ତନ୍ମୟ ପଣ୍ଡା(କାନାଡ଼ା), କ୍ଷୀରୋଦ କୁମାର ବେହେରା, ଅବସରପ୍ରାପ୍ତ ଅଧ୍ୟାପକ, ଦିଲ୍ଲୀପ କୁମାର ସ୍ବାଇଁ, ଉଦୟନାଥ ସାହୁ (ଜେଏନୟୁ) ସନ୍ତୋଷ କୁମାର ତ୍ରିପାଠୀ, ଦେବାଶିଷ ପାତ୍ର, ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହା ସହ ଦୀର୍ଘ ଦଶ ଦିନ ବ୍ୟାପି କାର୍ଯ୍ୟକ୍ରମରେ ପ୍ରତୀଚୀ ନନ୍ଦ, ମନୋରମା ନାଏକ, ଉତ୍କଳିକା ଭାରତୀ ଖଗେଶ୍ବର ମେହେର, ଅଶୋକ କୁମାର ନାଏକ, ବିଶ୍ଵନାଥ ସାହୁ,
ପ୍ରୋଜିତା ଗିରି , ନିଖିଲେଶ ମିଶ୍ର . ମୁନ୍ ମୁନ୍ ଘୋଷ, ରୋଶନ ସାହୁ, ଦିନେଶ ଅଗ୍ରୱାଲ, ଆଲୋକ ରଞ୍ଜନ ଷଡ଼ଙ୍ଗୀ, ସନ୍ତୋଷ କୁମାର ନାୟକ, ଶ୍ରୀକାନ୍ତ କୁମାର ବାରିକ, ବର୍ଷାରାଣୀ ଗଜେନ୍ଦ୍ର, କୀର୍ତ୍ତିକଳ୍ପିତା ସିଂହ, ପ୍ରମିଳା ପାତ୍ର, ନିହାର ରଞ୍ଜନ ପାତ୍ର, ଅଭିମନ୍ୟୁ ବଗର୍ତ୍ତି, ତରୁଣ ସା, ବାଲ୍ମୀକି କରୁଆ, ମମତା ସାହୁ, ପ୍ରତ୍ୟାଶା ଧଳ, ଅଭିମାନୀ ପ୍ରିୟଦର୍ଶିନୀ ବ୍ରହ୍ମ, ପ୍ରତୀକ୍ଷା ପ୍ରିୟଦର୍ଶିନୀ, ଅଜିତ କୁମାର ଦାଶ, ସତ୍ୟଜିତ ଦାସ, ଶାନ୍ତି ସୋରେନ ଓ ବେବିନା ଦାସ ଗବେଷଣା ପତ୍ର ଉପସ୍ଥାପନ କରିଥିଲେ ।

ଏହି ଦଶ ଦିବସୀୟ ଅନ୍ତର୍ଜାତୀୟ ୱେବିନାରରେ କବି ଫନୀ ମହାନ୍ତି, ସୌଭାଗ୍ୟବନ୍ତ ମହାରଣା, ରକ୍ଷକ ନାୟକ, ରଶ୍ମିତା ତ୍ରିପାଠୀ, ପ୍ରମୋଦିନୀ ଜେନା, ଦିଗମ୍ବର ଗିରିଙ୍କ ସହ ଶହେ ଷାଠିଏରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିୟମିତ ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.