Latest Odisha News

BREAKING NEWS

କବିତା : ଗାନ୍ଧୀ

ଗଦାଧର ସାହୁ 

ତୁମେ
ତୁମ ଇଚ୍ଛାରେ
ଆଖି ଖୋଲ
କି ବନ୍ଦ କର …

ସବୁବେଳେ ଦେଖ
ଗୋଟେ ଠେଙ୍ଗା
ଅଣ୍ଟା ଓହଳା ଘଣ୍ଟା
ଖଣ୍ଡେ ଖଦଡ
ଗୋଟେ ବିଶ୍ଵାକୃତି ଚଷମା ।

ଆଚରଣ, ଉଚ୍ଚାରଣରେ
ସତ୍ୟ ବଚନ
ଅହିଂସା ନୀତି
ଶାନ୍ତି ସହବସ୍ଥାନ
ସ୍ଵଚ୍ଛ ପରିବେଷ ।

ଏବେ ସେ ନାହାଁନ୍ତି
ଆମେ ସହରର ଗଳି କନ୍ଦି
ଖୋଜି ବୁଲୁଛୁ
ତାଙ୍କ ଚଷମା ଲଗାଇ
ଦେଖିବାକୁ କି ପରିବେଷରେ
କେଉଁଠି କେମିତି ଅଛନ୍ତି
ଠେଙ୍ଗା, ଘଣ୍ଟା, ଖଦଡ
ସତ୍ୟ, ଶାନ୍ତି, ଅହିଂସା
କେତେ ସ୍ଵଚ୍ଛ, କେତେ ସୁନ୍ଦର ।

ପୁରୀ
ଦୂରଭାଷ:- ୭୨୦୫୪୦୧୨୧୩

Leave A Reply

Your email address will not be published.