Latest Odisha News

BREAKING NEWS

ଚର୍ଚ୍ଚାରେ ନବୀନଙ୍କ ହାଇଟେକ୍ ପ୍ରଚାର ଗାଡ଼ି…

ଭୁବନେଶ୍ୱର: ନିର୍ବାଚନ ଲାଗି ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ହୋଇଥିବା ହାଇଟେକ୍ ବସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଆରମ୍ଭ କରିଛନ୍ତି ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର ।

ସ୍ୱତନ୍ତ ଶୈଳୀରେ ନିର୍ମିତ ଏହି ହାଇଟେକ୍ ପ୍ରଚାର ଗାଡ଼ିରେ ହିଁ ନବୀନ ତାଙ୍କର ମାରାଥନ୍ ରୋଡ୍ ଶୋ’ । ପୂର୍ବରୁ ନବୀନ ଏକ କାର୍ ମାଧ୍ୟମରେ ନିର୍ବାଚନ ପ୍ରଚାର କରୁଥିଲେ । ତେବେ ପ୍ରଥମଥର ଲାଗି ବିଜେଡ଼ି ସୁପ୍ରିମୋ ଏହି ପ୍ରକାରର ହାଇଟେକ୍ ପ୍ରଚାର ବସ୍ ବ୍ୟବହାର କରୁଛନ୍ତି ।

ନବୀନ ବୁଧବାର ଦିନ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଇଁଶୀଠାରେ ଜନସମାବେଶକୁ ଉଦବୋଧନ ଦେବା ପରେ ଏହି ହାଇଟେକ୍ ପ୍ରଚାର ବସରେ ହିଁ ନିଜ ଦଳର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ ।

ଏହି ହାଇଟେକ୍ ପ୍ରଚାର ବସର ବୈଶିଷ୍ଟ୍ୟ
୧ – ଏହି ବସର ୫ଫୁଟ ଷ୍ଟେଜର ଏକ କ୍ୟାବିନ ରହିଛି, ଜନସାଧାରଣଙ୍କୁ ଏହି ଷ୍ଟାଣ୍ଡରେ ରହି ନବୀନ ଉଦବୋଧନ ଦେଇପାରିବେ ।
୨ – ବସଟି ଏକ ମୋବାଇଲ୍ ଭ୍ୟାନ ପରି ଦୃଶ୍ୟ ହେଉଛି ।
୩ – ବସଟି ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରୀତ ।
୪ – ବସଟି ମଧ୍ୟରେ ଏଲଇଡ଼ି ଖଞ୍ଜା ଯାଇଛି ।
୫ – ବସଟିର କ୍ୟାବିନ ମଧ୍ୟରେ ଏକ ମଞ୍ଚ ମଧ୍ୟ ରହିଛି ।
୬ – ଏହା ଏପରି ନିର୍ମିତ ଯେ, ବସ ମଧ୍ୟରେ ଥିବା ଚେୟାର ଉପରେ ବସିରହି ମଧ୍ୟ ନବୀନ ଲୋକମାନଙ୍କୁ ଉଦବୋଧନ ଦେଇପାରିବେ ।
୭ – ଆବଶ୍ୟକ ପଡ଼ିଲେ, ଏହି ବସ ମଧ୍ୟରେ ଦଳୀୟ ବୈଠକ ମଧ୍ୟ ହୋଇପାରିବାର ସୁବ୍ୟବସ୍ଥା ରହିଛି ।
୮ – ଏହି ବସର ଚତୁଃପାଶ୍ୱର୍ରେ ବିଜେଡ଼ି ସରକାରର ଜନହିତକାରୀ ଯୋଜନା ଗୁଡ଼ିକର ବିବରଣୀ ବିସ୍ତାରିତ ଭାବେ ବର୍ଣ୍ଣିତ ହୋଇଛି ।

ଏହି ନିର୍ବାଚରେ ହାଇଟେକ୍ ପ୍ରଚାର ଲାଗି ଏହି ପ୍ରକାରର ହାଇଟେକ୍ ବସ ନିର୍ମିତ ହୋଇଛି । ଏହି ହାଇଟେକ୍ ବସଟି ମାଧ୍ୟମରେ ନବୀନ ସ୍ୱଳ୍ପ ସମୟ ମଧ୍ୟରେ ରାଜ୍ୟର ଅଧିକ ଅଞ୍ଚଳ ପରିଭ୍ରମଣ କରି ନିର୍ବାଚନ ପ୍ରଚାର କରିପାରିବାକୁ ଦୃଷ୍ଟିରେ ରଖି ଏହା ନିର୍ମିତ ହୋଇଛି ।

ବିଜେଡ଼ି ପକ୍ଷରୁ ମଧ୍ୟ ଥ୍ରି-ଡ଼ି ର‌୍ୟାଲି ଦ୍ୱାରା ଜନସମାବେଶ ଆୟୋଜନ କରୁଛି । ଏହି ପ୍ରଚାରରେ ଉନ୍ନତମାନର ହୋଲୋଗ୍ରାମ ବ୍ୟବହାର ହେଉଛି ।

ଏହି ହୋଲୋଗ୍ରାମ ଭିଡ଼ିଓ ମାଧ୍ୟମରେ ନବୀନ ସରକାରଙ୍କ କେତେକ ଜନପ୍ରିୟ ଯୋଜନା ଗୁଡ଼ିକ ସମ୍ପର୍କରେ ଭୋଟରମାନଙ୍କୁ ଅବଗତ କରାଯାଉଛି । ଯେଉଁସବୁ ଯୋଜନା ଗୁଡ଼ିକ ଏଥିରେ ସ୍ଥାନ ପାଇଛି ସେଗୁଡ଼ିକ ହେଲା – ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଆହାର ଏବଂ ମଧୁବାବୁ ପେନସନ ଯୋଜନା ପ୍ରଭୃତି ।

Leave A Reply

Your email address will not be published.