Latest Odisha News

BREAKING NEWS

ନିର୍ବାଚନ ଲଢିବାକୁ ଇଚ୍ଛୁକ ମୟୁରଭଞ୍ଜ ଡାକ୍ତରଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାର ସରକାରୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ନିର୍ବାଚନ ଲଢିବା ଲାଗି ସେ ଅକ୍ଟୋବର ୪ ତାରିଖରେ ଇସ୍ତଫା ଦେଇଥିଲେ ।

ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବୁଧବାର ଦିନ ଭୂଦାନଙ୍କ ସହିତ କିଛି ବିଜେପି ନେତାମାନେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ଭେଟ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ ନକଲେ ସେମାନେ ଧାରଣାରେ ବସିବେ ବୋଲି କହିଥିଲେ ।

ଏନେଇ ଗୁରୁବାର ଦିନ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିଥିଲେ ।

ସୂଚନାଯୋଗ୍ୟ ବିଜେପି ତାଙ୍କୁ ମୟୂରଭଞ୍ଜର ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି, ଯେତେବେବେକି ସେହି ଆସନରୁ ବିଜେଡି ଅମର ସିଂ ଟୁଡୁଙ୍କୁ ପ୍ରାର୍ଥୀ କରିଛି।

ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା ସ୍ଥିତ ରଙ୍ଗମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଚିକିତ୍ସିକ ଭାବେ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ସେ ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବାରୁ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୧୯ ମସିହା ଏପ୍ରିଲ୍ ୪ ତାରିଖରେ ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ର ଉପରେ ବିଚାର ବିମର୍ଶ କରିବା ସହ ଇସ୍ତଫାକୁ ସ୍ୱିକାର କରିଛନ୍ତି ।

“ମୁଁ ପୂର୍ବରୁ ଜଣେ ଡାକ୍ତର ଭାବେ ରୋଗୀଙ୍କ ସେବା କରୁଥିଲି । ଏବେ ରାଜନୀତିରେ ପ୍ରବେଶ କରିବା ପରେ ଉଚ୍ଚ ସ୍ତରରେ ଜନସାଧାରଣଙ୍କୁ ସେବା ପ୍ରଦାନ କରିପାରିବି” ବୋଲି ରାଜ୍ୟ ସଚିବାଳୟରୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି।

ଆହୁରି ମଧ୍ୟ ଏସମ୍ପର୍କରେ ବିଜେପି ବରିଷ୍ଠ ନେତା ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହ ନବୀନ ନିବାସରେ ଗୋପବନ୍ଧୁ ଦାସଙ୍କୁ ଭେଟିଥିଲେ ।

Leave A Reply

Your email address will not be published.