Latest Odisha News

BREAKING NEWS

‘ଗୁଗୁଲ ରାଜନୈତିକ ବିଜ୍ଞାପନଦାତା’ ତାଲିକା ଶୀର୍ଷରେ ବିଜେପି

ନୂଆଦିଲ୍ଲୀ : ଗୁଗୁଲରେ ଭାରତୀୟ ରାଜନୈତିକ ବିଜ୍ଞାପନଦାତା ମାନଙ୍କ ମଧ୍ୟରେ ବିଜେପି ଶୀର୍ଷସ୍ଥାନରେ ରହିଥିବାବେଳେ କଂଗ୍ରେସ ରହିଛି ୬ନଂ ସ୍ଥାନରେ ।

ଗୁଗୁଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ରାଜନୈତିକ ବିଜ୍ଞାପନଦାତାଙ୍କ ମଧ୍ୟରେ ବିଜେପି ନାମରେ ୩୨ ପ୍ରତିଶତ ସେୟାର ରହିଥିବା ବେଳେ କଂଗ୍ରେସ ନାମରେ ରହିଛି୦.୧୪ ପ୍ରତିଶତ ।

ଫେବୃଆରୀ ୧୯ ତାରିଖରୁ ବିଜେପି ପ୍ରାୟ ୧.୨୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ କଂଗ୍ରେସ ସେହି ସମୟ ମଧ୍ୟରେ ପ୍ରାୟ ୫୪,୧୦୦ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି ।

ସେହିପରି ଆନ୍ଧ୍ରପ୍ରଦେଶର ଜଗନ ରେଡ୍ଡୀ ନେତୃତ୍ୱାଧୀନ ୱାଏସଆର୍ କଂଗ୍ରେସ ପାର୍ଟି ଗୁଗୁଲ ବିଜ୍ଞାପନରେ ପ୍ରାୟ ୧.୦୪ ଟଙ୍କା ଖର୍ଚ୍ଚ କରିଛି । ଆହୁରି ମଧ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟି ୮୫.୨୫ ଲକ୍ଷ ଟଙ୍କା ଅର୍ଥରାଶି ବିଜ୍ଞାପନରେ ଖର୍ଚ୍ଚ କରି ୩ୟ ସ୍ଥାନରେ ରହିଛି ।

୨୦୧୮ ନଭେମ୍ବର ମାସରେ ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ନେଟଫି୍ଲକ୍ସ ଓ ଟ୍ରିଭାଗୋ ଠାରୁ ବିଜେପିର ଟିଭି ବିଜ୍ଞାପନ ସବୁଠୁ ଅଧିକ ରହିଛି ।

Leave A Reply

Your email address will not be published.