Latest Odisha News

ଥମୁନି ହାତୀ ଆତଙ୍କ, ଆକ୍ରମଣରେ ଚାଷୀ ମୃତ

ମୟୁରଭଞ୍ଜ  : ଥମୁନି ହାତୀ ଆତଙ୍କ । ବିଭିନ୍ନ ଗାଁରେ ହାତୀ ପଶି ଆତଙ୍କ ଖେଳାଇ ଚାଲିଛନ୍ତି । ଆଜି ପୁଣି ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଭଦୁଆଷୋଳ ଗାଁରେ ଅଘଟଣ ।  ହାତୀ ଆକ୍ରମଣରେ ଭଦୁଆଷୋଳ ଗାଁର ଅର୍ଜୁନ ହାଁସଦା ନାମକ ଜଣେ ବୃଦ୍ଧ ମୃତ । ଅର୍ଜୁନ  ଗାଁ ନିକଟରେ ଥିବା ନିଜ ଚାଷ ଜମିକୁ ଚାଷ କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଥିଲେ ।

ଚାଷ ଜମିରେ ହାତୀ ଆକ୍ରମଣ ଫଳରେ ଘଟଣା ସ୍ଥଳରେ ବୃଦ୍ଧ ଜଣଙ୍କ ମୃତ୍ୟ ଘଟିଛି । ଗତ ଦୁଇ ଦିନ ହେବ ଏ ଅଞ୍ଚଳରେ ଏକ ହାତୀ ଏବଂ ଛୁଆ ହାତୀ  ଦଲମା ଜଙ୍ଗଲରୁ ପଶ୍ଚିମବଙ୍ଗ ଦେଇ ରାସଗୋବିନ୍ଦପୁର ରେଞ୍ଜ ରେ ପ୍ରଵେଶ କରିଛନ୍ତି । ତେବେ ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ମାତ୍ର ୧ କିଲୋମିଟର ହୋଇଥିବା ବେଳେ ବନ ବିଭାଗର କର୍ମଚାରୀ ମାନେ ସତର୍କ ସୂଚନା ମଧ୍ୟ ଦେଇଥିଲେ । ଅନ୍ୟପକ୍ଷରେ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପି ଆର ଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛନ୍ତି ।

Comments are closed.