ଭୁବନେଶ୍ବର : ପାର୍ବଣ ପାଇଁ କଡା ହେଲା କଟକଣା । ଦୁର୍ଗାପୂଜାରେ ଭିଡ ହେବାର ସମ୍ଭାବନା ଥିବାରୁ ଆସନ୍ତା ସୋମବାରରୁ ଟୁଇନ୍ ସିଟି ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୂର୍ବରୁ ଯେଉଁଭଳି ଭାବରେ ନାଇଟ୍ କର୍ଫ୍ୟୁ ହେଉଥିଲା ସମାନ ଢଙ୍ଗରେ ନାଇଟ କର୍ଫ୍ୟୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ନାଇଟ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ରଖାଯିବ କଡ଼ା ନଜର । ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ସେହିପରି ଅଭ୍ୟାସଗତ ଅପରାଧୀଙ୍କୁ ଧରିବା ପାଇଁ ଚାଲିଛି ସ୍ପେଶାଲ ଡ୍ରାଇଭ । କୋଭିଡ କଟକଣାରେ ପୂଜା ପାଳନ କରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ଏହାସହ ପୂଜା ପେଣ୍ଡାଲରେ ଲାଇଟ୍ ଲାଗି ପାରିବ ବୋଲି ପ୍ରେସମିଟରେ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
Comments are closed.