ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ସୁପର ଡାନ୍ସର ଚାପ୍ଟର ୪ ବିଜେତା ଘୋଷଣା କରାଯାଇଛି। ଆସାମର ଜୋରହାଟରୁ ଫ୍ଲୋରିନା ଗୋଗୋଇ ହୋଇଛନ୍ତି ସୁପର ଡାନ୍ସର ଚାପ୍ଟର ୪ ବିଜେତା।
ସୋନି ଟିଭିର ପିଲାମାନଙ୍କ ଡ୍ୟାନ୍ସ ରିୟଲିଟି ସୋ ସୁପର ଡାନ୍ସର୍ ଚାପ୍ଟର ୪ର ବଜିୟ ମୁକୁଟ ପିନ୍ଧିଛନ୍ତି ଫ୍ଲୋରିନା। ବଜେତା ଭାବରେ ତାଙ୍କୁ ଏକ ଆକର୍ଷଣୀୟ ଟ୍ରଫି ସାଙ୍ଗକୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି। ଏହାସହିତ ତାଙ୍କ ସୁପର୍ ଗୁରୁ ତୁଷାର ଶେଟ୍ଟୀଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ମିଳିଛି।
ଫ୍ଲୋରିନା ଗୋଗୋଇ ବିଚାରପତିମାନଙ୍କ ପ୍ରିୟ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଶୋ’ରେ ତାଙ୍କ ଚମତ୍କାର ନୃତ୍ୟ ସମସ୍ତଙ୍କୁ ଉତ୍ସାହିତ କରୁଥିଲା। ଏହି ଶୋ’ରେ ଚାରିଜଣ ଫାଇନାଲିଷ୍ଟ ଥିଲେ ନୂଆଦିଲ୍ଲୀରୁ ଇଶା ମିଶ୍ର, ପଞ୍ଜାବରୁ ସଞ୍ଚିତ ଚନାନା, ବେଲଗାମ୍ କର୍ଣ୍ଣାଟକରୁ ପୃଥୀରାଜ ଏବଂ ମଧ୍ୟପ୍ରଦେଶରରୁ ନୀରଜା ତିୱାରୀ।
ସୋସିଆଲ ମିଡିଆରେ ମଧ୍ୟ ଫ୍ଲୋରିନାଙ୍କ ବେଶ୍ ଲୋକପ୍ରିୟ ଥିଲା। ଫ୍ଲୋରିନାଙ୍କ ଇନଷ୍ଟାଗ୍ରାମ ଅନୁସରକାରୀଙ୍କ ସଂଖ୍ୟା ୨୫୩କେ।
Comments are closed.