Latest Odisha News

BREAKING NEWS

ଲଭ୍-ସେକ୍ସ-ଧୋକା: ପ୍ରତାରକ ପ୍ରେମିକ ଗିରଫ

ସମ୍ୱଲପୁର: ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ପ୍ରତାରଣା । ଯୁବତୀଙ୍କୁ ଗର୍ଭବତୀ କରାଇବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରାଇବାକୁ ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ପ୍ରେମିକ । ସମ୍ୱଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରୁ ଏମିତି ଘଟଣା ସାମନାକୁ ଆସିଛି । ପୀଡ଼ିତଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଜୟନ୍ତ କୁମାର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ହୀରାକୁଦ ଥାନା ପୋଲିସ ।

ଅଭିଯୁକ୍ତର ଘର ଦେବଗଡ ତିଲେଇବଣୀ ଅଞ୍ଚଳରେ । ଅଭିଯୋଗ ହୋଇଛି, ଜୟନ୍ତ ହୀରାକୁଦ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି କହି ଶାରିରୀକ ସମ୍ପର୍କ ରଖିଥିଲେ । ଏପରିକି ଯୁବତୀଙ୍କୁ ଗର୍ଭବତୀ କରାଇବା ସହ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଉଥିଲେ ।

ଏନେଇ ହୀରାକୁଦ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଅଭିଯୁକ୍ତ ଜୟନ୍ତ ବିବାହିତ । ତଥାପି ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ।ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.