Latest Odisha News

BREAKING NEWS

ଚାରିଫୁଟରେ ପାର୍ବଣ

ପରମ୍ପରା କେବଳ ଏକ ବାହାନା ଆମ ସଂସ୍କୃତିକୁ ବିଶୃଙ୍ଖଳିତ କରିବା ଏବଂ ଶୃଙ୍ଖଳିତ ହେବାର ମାଧ୍ୟମ ନଖୋଜିବା। ହେଲେ କିଛି ବର୍ଷ ହେଲା ଆମ ପରମ୍ପରା କହିଲେ ଦୁର୍ଗା ପୂଜାରେ ମୀନାବଜାର, ସାଂସ୍କୃତିକ ରଙ୍ଗାରଙ୍ଗୀ କାର୍ଯ୍ୟକ୍ରମ, ରାଜ ରାସ୍ତାରେ ମତୁଆଲା ଭସାଣି ଉତ୍ସବ ଏବଂ ନାହିଁ ନଥିବା ଭିଡ଼ ସୃଷ୍ଟି କରି ସହରଟାକୁ ବେହାଲ କରିଦେବା।

ଅନ୍ୟ ପଟରେ  ଯଦି ଓଡ଼ିଶାରେ ଦୁର୍ଗା ପୂଜାକୁ ନିକଟ ଅତୀତକୁ ଆଧାର କରି ବିଶ୍ଲେଷଣ କରାଯାଏ, ତେବେ ଏହା ମନ୍ଦିର ଅବା ପୀଠରେ ମୂଳାଅଷ୍ଟମୀଠାରୁ ଆରମ୍ଭ କରି ବିଜୟାଦଶମୀ  ପର୍ଯ୍ୟନ୍ତ ଷୋଳ ଦିନ ଧରି କଳସ ପୂଜାକୁ ଷୋଳ ପୂଜା ବୋଲି କୁହାଯାଏ ଏବଂ ଏହା ମଧ୍ୟ ଶ୍ରୀକ୍ଷେତ୍ରରେ ଦୂର୍ଗାମାଧବ ପୂଜା ହେବାର ବିଧି ପ୍ରଚଳିତ ଅଛି। ଆଉ ଦୂର୍ଗା ପୂଜା କହିଲେ ଏକ ଅବା ଅଧିକରୁ ଅଧିକ ଦୁଇ ଫୁଟ ମଧ୍ୟରେ ସୀମିତ। ଆଜି ମଣ୍ଡପ ମଧ୍ୟରେ ପୂଜା ହେଉଛନ୍ତି ଏକ ଫୁଟ ମଧ୍ୟରେ ସୀମିତ ଘଟ ପୂଜା ଏବଂ ଘଟ ବିସର୍ଜନ ସହିତ ଦୂର୍ଗା ପୂଜା ସମ୍ପୂର୍ଣ୍ଣ ହେଉଛି।

ହେଲେ କିଛି ବର୍ଷ ପୂର୍ବେ ବଙ୍ଗୀୟ ସଂସ୍କୃତି ଆପଣାଇ ନେଇ ଓଡ଼ିଶାର ସାହି ବସ୍ତିରେ ପୂଜା ମଣ୍ଡପ ସୃଷ୍ଟି ହୋଇ ସାର୍ବଜନୀନ ଦୂର୍ଗା ମହୋତ୍ସବ ପାଳନ ହୋଇଆସୁଛି। ଯାହା ଆଗରୁ ଅଷ୍ଟମୀ, ନବମୀ।ଏବଂ ଦଶମୀରେ ରାବଣ ପୋଡି ପର୍ଯ୍ୟନ୍ତ ସୀମିତ ଥିଲା। ହେଲେ ବର୍ତ୍ତମାନ ଏହାତିନି ଦିନରୁ ବଢି ପୁରା ସାତ ଦିନରେ ପହଞ୍ଚି ସାରିଛି।

ଯାହା ବର୍ତ୍ତମାନ ବହୁ ମାତ୍ରାରେ ବିଶୃଙ୍ଖଳିତ ହୋଇସାରିଛି। ବିଶୃଙ୍ଖଳିତ ଏଥି ପାଇଁ କାରଣ ଯୋଉ ଆଧ୍ୟାତ୍ମିକ ପାଇଁ ପୂଜା ମଣ୍ଡପ ସୃଷ୍ଟି ହୋଇଥିଲା ତାହା ଏବେ। ସ୍ଥାନୀୟ ପତିଆରା ଦେଖିଇବାର ଏକ ମାଧ୍ୟମ ପାଲଟି ସାରିଛି । ଏହାର ଜୀବନ୍ତ ଉଦାହରଣ ହେଉଛି ଗତ ବର୍ଷ କଟକଣା ମଧ୍ୟରେ ଦୂର୍ଗା ପୂଜା । ନ ଥିଲା କୋଳାହଳ ନା ଭିଡ଼ ନା ରାସ୍ତା ଘାଟ ବନ୍ଦ ହବାର ନଜର। ହେଲେ ବାରଣ ସତ୍ତ୍ୱେ ପାର୍ବଣ ଋତୁକୁ ଲୋକମାନେ ନିଜ ସାହି ବନ୍ଧୁ ବାନ୍ଧବ ସହିତ ପାଳିଥିଲେ। ତେଣୁ ଗତ ବର୍ଷ ଏବଂ ଚଳିତ ବର୍ଷ କିଛି ସୁଯୋଗ ସୃଷ୍ଟି ହୋଇଥିଲା ଏବଂ ହୋଇଛି, ଆମ ପରମ୍ପରାକୁ ସୁଧାରିବା ପାଇଁ ହେଲେ ଆମ କଣ ସୁଧୁରିଲେ। ସାମ୍ଭାବ୍ୟ ବର୍ତ୍ତମାନ  ପର୍ଯ୍ୟନ୍ତ ସେମିତି କିଛି ଉଦାହରଣ ଦିଶୁନି । କେଵଳ ମୂର୍ତ୍ତି ଚାରିଫୁଟ ଭିତରେ ରହିଗଲା ଆଉ ବିନା ଭକ୍ତରେ ପୂଜା ହୁଏତ ବହୁତଙ୍କ ମନରେ ଆଧ୍ୟାତ୍ମିକ ଭାବ ହଜେଇଦେଲା ବୋଲି କିଛି କହୁଛନ୍ତି। ହେଲେ ଆଧ୍ୟାତ୍ମିକ ଭାବ ଆଜି ନୁହେଁ ବହୁତ ଦିନରୁ ହଜିସାରିଛି, ଯାହାଉପରେ ତର୍ଜମା ନକରିବା ଭଲା।

ଅନ୍ୟପଟରେ ଏହା ମଧ୍ୟ କୁହାଯାଉଛି ବଡ଼ ମୂର୍ତ୍ତି ଏବଂ ସାଜ ସଜା ହେଲେ ଏହା ଲୋକମାନଙ୍କର ଆକର୍ଷଣ କେନ୍ଦ୍ର ପାଲଟିଯିବ, ଯାହାର ଭିଡ଼ ସମ୍ଭାଳିବା କଷ୍ଟକର ହୋଇପଡିବ ଏବଂ ମହାମାରୀ ନିୟମ ପାଳନ କରିବା କଷ୍ଟ ସାଧ୍ୟ ହୋଇଯିବ, ହେଲେ ଏହି କଟକଣା ପଛରେ ବୈଜ୍ଞାନିକ ଚିନ୍ତାଧାରା ଥିବା ଲାଗୁନି। ଆଉ ଜଦି ଏହି କଟକଣା ଭିଡ଼ ଏବଂ ଆକର୍ଷଣ ସମ୍ଭାଳିବା ପାଇଁ ହୋଇଅଛି, ତେନେ କେଵଳ ମୂର୍ତ୍ତିର ଉଚ୍ଚତା କମାଇଦେଲେ ନା ଆଧ୍ୟାତ୍ମିକତା ହଜିଯିବ ନା ସଂକ୍ରମଣ କମିଯିବ। ହଁ ଯେପରି ଦଶ ଫୁଟ ମୂର୍ତ୍ତିକୁ ଷାଠିଏ ଶତକଡା କମାଇ ଦିଆଗଲା ଚାରିଫୁଟକୁ, ଠିକ ସେହିଭଳି ସରକାର ଦୋକାନ ବଜାର, ବ୍ୟବସାୟ ସ୍ଥଳୀର ଖୋଲିବା ସମୟ ମଧ୍ୟ ଷାଠିଏ ଶତକଡା କମାଇ ବାର ଘଣ୍ଟାରୁ ପାଞ୍ଚ ଘଣ୍ଟାକୁ ନେଇ ଆସନ୍ତୁ ଏବଂ ଏହା ମଧ୍ୟ ପୂଜା ମଣ୍ଡପ ଭଳି ନିରାଡ଼ମ୍ବରପୂର୍ଣ୍ଣ ହୋଇପାରିଲେ ସମ୍ଭବତଃ ଚାରିଫୁଟ ଉଚ୍ଚତା ସମ୍ପୂର୍ଣ୍ଣ ପୂଜାର ବୈଜ୍ଞାନିକ ଆଧାର ନୂତନ ପରମ୍ପରା ସୃଷ୍ଟି କରିପାରିବ।

ପୁରାଣ କାଳରେ ରାଜା ମହାରାଜା ଜମିଦାର ମାନେ ପରମ୍ପରାକୁ ଶୃଙ୍ଖଳିତ କରିବାର ନଜର ଅଛି ବିଶୃଙ୍ଖଳିତ କରିବା ମଧ୍ୟ ନଜର ଅଛି। ଆଉ ଦେଶ ସ୍ଵାଧୀନ ହେଲାପରେ ଏହାର ଦାୟିତ୍ଵ ନେଇଛନ୍ତି ସରକାର। ଏଠାରେ ପ୍ରଶ୍ନ ଉଠେ ଯେ,  ସରକାର ଏବଂ ପୂଜାର୍ଚ୍ଚନା କରୁଥିବା ଗୋଷ୍ଠୀ କଣ ଗୋଟେ ସୁଯୋଗ ହରେଇଲେ ନା ଆମେ ଶୃଙ୍ଖଳିତ ହବାକୁ ଚାହୁଁନୁ। ଯଦି ଶୃଙ୍ଖଳିତ ହବା ପାଇଁ ଚାହୁଁଚେ ତେବେ ଛୋଟ ମୂର୍ତ୍ତି ପୂଜାରେ ମଧ୍ୟ ଉଦାହରଣ ସୃଷ୍ଟି ହୋଇ ପାରନ୍ତା।

ଯଥା ମାଟିରେ ନିର୍ମିତ ମୂର୍ତ୍ତି ବିନା ରାସାୟନିକ ସହାୟତାରେ ମଧ୍ୟ କରାଯାଇ ପାରିଥାନ୍ତା, ଦ୍ୱିତୀୟ  ଶାନ୍ତି ଶୃଙ୍ଖଳା ଭାବେ ପାର୍ବଣ ୠତୁ ପାଳନ କରାଯାଇ ପାରନ୍ତା କେଵଳ ସ୍ଥାନୀୟ ଭକ୍ତମାନଙ୍କ ନେଇ, ତୃତୀୟ ଓଡ଼ିଶାର ପ୍ରତିଷ୍ଠିତ ଷୋଳ ପୂଜାର ପୁନରୁଦ୍ଧାର ହୋଇ ପାରିଥାନ୍ତା ସହରରେ ନିତ୍ୟ ଚଣ୍ଡୀ ପାଠ ମାଧ୍ୟମରେ, ଚତୁର୍ଥ ବିସର୍ଜନ ଅସ୍ଥାୟୀ ଗଡ଼ିଆ ନଦୀ ପଠାରେ ନକରି ସହର ମଧ୍ୟରେ ଅସ୍ଥାୟୀ ଗଡ଼ିଆ କରାଯାଇ ପାରିଥାନ୍ତା, ପଞ୍ଚମ ଯୋଉ ମଣ୍ଡପ ବିନା ରାସାୟନିକ ପଦାର୍ଥ ବ୍ୟବହାର କରିନଥିବେ ସେମାନଙ୍କୁ ନଦୀରେ ବିସର୍ଜନ କରିବାକୁ ସୁଯୋଗ ଦିଆଯାଇପାରନ୍ତା, ଷଷ୍ଠ ଚାନ୍ଦି ମେଢ଼ ମୂର୍ତ୍ତି ବିନା ଭକ୍ତରେ କରି ଏହାର ଫୋଟୋ ସମସ୍ତଙ୍କୁ ଦିଆଯାଇ ପାରିଥାନ୍ତା, ସପ୍ତମ ଦେବୀ ମାଙ୍କୁ ନିରାଡ଼ମ୍ବର ଉପାୟରେ ମଧ୍ୟ ମଣ୍ଡପ ମାନଙ୍କରେ ଦୃଶ୍ୟମାନ ହୋଇଥିଲେ ଓଡ଼ିଆର କଳା ସଂସ୍କୃତିର ନଜର ଆସିପାରିଥାନ୍ତା।

ହେଲେ ଲାଗୁଛି ମହାମାରୀରୁ ଶିକ୍ଷା ଏହା ହେଲା ଆମେ ଆମ ଜୀବନଧାରା ବଦଲେଇବୁନି ବରଂ ଅଧିକ ବିଶୃଙ୍ଖଳିତ କରିବା ପାଇଁ ପୁଣି ଅପେକ୍ଷା କରିବା ଆର ବର୍ଷକୁ। ଅଵଶ୍ୟ ଏକ ସୁଯୋଗ ସୃଷ୍ଟି ହଉଥିଲା ଆମ ପାର୍ବଣକୁ ଶୃଙ୍ଖଳିତ କରିବା ପାଇଁ, ଯାହାର ସଦୁପଯୋଗ ହୋଇପାରିଲାନି ଭଳି ଲାଗୁଛି।

ନହେଲେ ଏହି ଚାରି ଫୁଟ ମୂର୍ତ୍ତି କେବଳ ଗୋଟେ ବାହାନା ବିଶୃଙ୍ଖଳାକୁ ଶୃଙ୍ଖଳିତ ନକରିବା ଛଡା ଆଉ କିଛି ହୋଇନପାରେ। କାରଣ ଗୋଟେ ପଟେ ମୂର୍ତ୍ତି ଉଚ୍ଚତା କମିଗଲା, ହେଲେ ଅନ୍ୟପଟରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଏବଂ ସ୍ୱଚ୍ଛ ରହିବା କେବଳ ଗୋଟେ ପ୍ର୍ରହସନରେ ରହିଗଲା ଭଳି ଲାଗୁଚି। ନହେଲେ କଣ ଦୋକାନ ବଜ଼ାର, ହାଟ ଇତ୍ୟାଦି ସ୍ଥଳରେ କାହାକୁ ଭିଡ଼ ଦିସୁନି ବୋଧେ। ହଉ ଚାରିଫୁଟରେ ଆଧ୍ୟାତ୍ମିକ ଖୋଜା ଯାଉ, ଏହା ସମୟର ନହେଲେ ମଧ୍ୟ ପ୍ରଶାସନର ଆହ୍ୱାନ।

Leave A Reply

Your email address will not be published.