ବରଗଡ଼: ବରଗଡ଼ ଭି.ଡ଼ି ପେଲେସଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡିଜିଟାଲ ଶାଖାର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କରାଯାଇଥିଲା।
ସରକାରଙ୍କ ସମସ୍ତ ଜନହିତକର ତଥା ଲୋକାଭିମୁଖୀ କାର୍ଯ୍ୟର ସଠିକ୍ ପ୍ରସାର, ପ୍ରଚାର ସହ ବିରୋଧୀଙ୍କ ଅପପ୍ରଚାରକୁ ଖଣ୍ଡନ କରିବା ନିମନ୍ତେ କର୍ମଶାଳା ଆୟୋଜନ କରାଯାଇଥିବା ବିଜୁ ଜନତା ଦଳର ଆଇ.ଟି ମୁଖ୍ୟ ସୁବ୍ରତ ଛଟୋଇ କହିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସମେତ ଛାତ୍ର ଜନତା ଦଳର ଆଇଟି ମୁଖ୍ୟ ସୁଜିତ ପାଲ ସିଂ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଏବଂ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି କରନ ସିକନ୍ଦରଙ୍କ ଅନ୍ୟମାନେ ଉପସ୍ଥିତ ଥିଲେ।
Comments are closed.