ଜୟପୁର: ଜୀବନ୍ତ ଲୋକଙ୍କ ପୋଷ୍ଟମର୍ଟମ ମଧ୍ୟ କରାଯାଇଥିବା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ରାଜସ୍ଥାନର ଦୋସା ଜିଲ୍ଲାରେ ପୋଲିସ ଏପରି ଏକ ଗ୍ୟାଙ୍ଗକୁ ଧରିଛି। ଯେଉଁମାନେ ଟଙ୍କା ଲୋଭରେ ଜୀବନ୍ତ ଲୋକଙ୍କ ପୋଷ୍ଟମର୍ଟମ କରିବାକୁ ମଧ୍ୟ ପଛାଇ ନଥାନ୍ତି। ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ୧୫ ଜଣଙ୍କୁ ପୋଲିସ ଗିରଫ କରିଛି।
ପୋଲିସର ସୂଚନାନୁସାରେ, ୨୦୧୬ ମସିହାରେ କୋଟୱାଲୀ ପୋଲିସ ଷ୍ଟେସନରେ ଦିଲ୍ଲୀର ବାସିନ୍ଦା ଅରୁଣ ନାମକ ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଥିଲା। ପୋଲିସର ତଦନ୍ତରେ ଅନୁସନ୍ଧାନକାରୀ ଅଧିକାରୀ ରମେଶ ଚାନ୍ଦ, ପୋଷ୍ଟମର୍ଟମ ପରିଚାଳନା କରୁଥିବା ଡାକ୍ତର ସତୀଶ ଓ ଜଣେ ଓକିଲଙ୍କ କଳା କାରନାମା ପଦାକୁ ଆସିଥିଲା।
ପୋଲିସ ଜାଣିବାକୁ ପାଇଲା ଯେ ଅରୁଣ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ ଏବଂ ସେ ଏବେବି ଜୀବିତ ଅଛନ୍ତି। ଏହା ସତ୍ତ୍ବେ ଦୁର୍ଘଟଣା ଦର୍ଶାଯାଇ ନକଲି ପୋଷ୍ଟମର୍ଟମର ଡକ୍ୟୁମେଣ୍ଟ ମଧ୍ୟ କରାଯାଇଥିଲା। ଏହି ସମସ୍ତ ଠକେଇ ବୀମା କମ୍ପାନୀର ସର୍ଭର ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଦାବି କରିବାକୁ କରାଯାଇଥିଲା, ଯାହା ନିଆ ମଧ୍ୟ ଯାଇଥିଲା। ଏଭଳି ଅନେକ ମାମଲା ସାମ୍ନାକୁ ଆସିଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି।