Latest Odisha News

BREAKING NEWS

[ ଭିଡ଼ିଓ] ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା

କଟକ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସିଲଭର୍ ସିଟି କଟକ । ଆଜି ମାଆଙ୍କ ମହାସପ୍ତମୀ ପୂଜା କରାଯାଇଛି । ସହରର ପ୍ରତ୍ୟକଟି ମଣ୍ଡପରେ ମାଆଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଗତକାଲି ବିଲ୍ୱବରଣ ହେବା ପରେ ମହାନଦୀରୁ ଜଳ ଆଣି ବିଧି ଅନୁସାରେ ପୂଜା କରାଯାଉଛି ।  ଏସବୁ ପୂଜା ପରେ ମାଆଙ୍କ ଚକ୍ଷୁଦାନ କରାଯାଇ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ମଣ୍ଡପ ଗୁଡିକରେ ସେଭଳି କାର୍ଯ୍ୟକ୍ରମ ନ ଥିଲେ ବି କୋଭିଡ୍ କଟକଣା ମଧ୍ୟରେ ପୂଜା କରାଯାଇଛି ।ପୂଜା ମଣ୍ଡପରେ ମାଆଙ୍କୁ ସ୍ୱତନ୍ତ୍ର ବିଧି ଅନୁସାରେ ପୂଜା କରାଯାଇଛି । ଆଉ ଆଜି ମହାସପ୍ତମୀ ଠାରୁ ହିଁ ପୂଜା ମଣ୍ଡପମାନଙ୍କରେ ମାଆ ଙ୍କ ପୂଜା ଆରମ୍ଭ କରାଯାଇଛି । କୋଭିଡ୍ କଟକଣା ପାଇଁ ଏବର୍ଷ କୌଣସି ପ୍ରକାର ଜନଗହଳି ଦେଖାଯାଇନାହିଁ । ଅନ୍ୟପଟେ ସହରର ବିଦ୍ୟାଧରପୁର, ଚାଉଳିଆଗଞ୍ଜ, ଖାନନଗର, ରାଣୀହାଟ,ମଙ୍ଗଳାବାଗ ଆଦି ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି ।

ମଣ୍ଡପଗୁଡିକରେ ସାମ୍ନା ପଟୁ ପରଦା ଟଣାଯାଇ ଭିତରେ ପୂଜା କରାଯାଇଥିବା ବେଳେ କୌଣସି ଭକ୍ତଙ୍କୁ ଭିତରକୂ ଦର୍ଶନ କରିବାକୁ ଛଡାଯାଇ ନ ଥିଲା। ସେହିପରି ଜଣେ କର୍ତ୍ତା ଏବଂ ୪ ଜଣ ପୂଜକଙ୍କୁ ନେଇ ପୂଜା କରାଯାଇଥିଲା। ଆଉ ସରକାର କରିଥିବା ଏସ୍ଓପି କୁ ପାଳନ କରାଯାଇଥିବା କହିଛନ୍ତି କମିଟିର କର୍ମକର୍ତ୍ତାମାନେ। ଆସନ୍ତାକାଲି ମହାଅଷ୍ଟମୀ ବିହୀତ ପୂଜା ଥିବାରୁ ମଣ୍ଡପରେ ଭିଡ ନ କରି ମହିଳା ଭକ୍ତଙ୍କୁ ଅଷ୍ଟମୀ ବ୍ରତ ଦିଆଯିବାକୁ ବ୍ୟବସ୍ଥା ହୋଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି। ମଣ୍ଡପ ମାନଙ୍କରେ ଦଶହରାକୁ ନେଇ କଟକ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାରୁ କୋଭିଡ୍ କଟଣା ନିଶ୍ଚିତରୁପେ ଦଶହରାକୁ ଫିକା କରିଛି।

Comments are closed.