Durga Puja Security:ଦଶହରାରେ କଟକ ଜଗିବେ ୬୦ପ୍ଲାଟୁନ ପୋଲିସ;ଲାଗିବ ୧୩୦୦ ସିସିଟିଭି,ମଣ୍ଡପରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ
କଟକ:ଚଳିତ ବର୍ଷ କଟକର ୨୧୫ଟି ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେବ। ତେବେ ଦୁର୍ଗାପୂଜା ପାଇଁ କଟକ ସହରରେ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ଶୃଙ୍ଖଳା ରକ୍ଷା ପାଇଁ ପୁରା ସହରରେ ଲାଗିବ ୧୩ ଶହରୁ ଅଧିକ କ୍ୟାମେରା । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଅସାମାଜିକ କାର୍ଯ୍ୟକଳାପ ରୋକିବା ଲାଗି ସହର ଭିତରେ ୫୦୦ ଅଫିସର, ୨ କମ୍ପାନୀ ସିଆରପିଏଫ ମୁତୟନ ହେବେ । ବିଭିନ୍ନ ସ୍ଥାନରେ ୫୭ଟି ଏଡ୍ ପୋଷ୍ଟର ବ୍ୟବସ୍ଥା କରାଯିବ । ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ପୋଲିସ ବ୍ରିଫିଙ୍ଗରେ ସମସ୍ତଙ୍କ ଦାୟିତ୍ୱ ସଠିକ୍ ଭାବରେ ବୁଝାଇ ଦିଆଯାଇଛି ।
ବିଭିନ୍ନ ସ୍ଥାନରେ ୫୭ଟି ଏଡ୍ ପୋଷ୍ଟର ବ୍ୟବସ୍ଥା କରାଯିବ । କୌଣସି ସ୍ଥାନରେ ବିଶୃଙ୍ଖଳା ହେଲେ ସେହି ସ୍ଥାନରେ ଉପସ୍ଥିତ ପୋଲିସ ଅଫିସର ପଦକ୍ଷେପ ଗ୍ରହଣ କରିବେ ।
ସୂଚନାଥାଉକି, କଟକ ସହରରେ ଚଳିତ ବର୍ଷ ଦୁର୍ଗାପୂଜାକୁ ସୁରକ୍ଷିତ ଓ ଅଗ୍ନିକାଣ୍ଡମୁକ୍ତ କରିବା ପାଇଁ ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ। ସୁରକ୍ଷା ପାଇଁ ୧୫ଟି ଟିମ୍ ଗଠନ କରାଯାଇଛି ।
ସହରର ମାଲଗୋଦାମ, ମଧୁପଟଣା, ଲାଲବାଗ, ବିଡ଼ାନାସୀ, ସିଏନବିଟି, ଜଗତପୁର, ବାଲିଯାତ୍ରା ପଡ଼ିଆ, ଦେବୀଗଡା, କେନାଲ କୂଳ, ଗଡ଼ଗାଡ଼ିଆ ଘାଟ ଭଳି ବିଭିନ୍ନ ସ୍ଥାନରେ ଅଗ୍ନିଶମ ଅସ୍ଥାୟୀ କ୍ୟାମ୍ପ ରହିବ । ପ୍ରତି କ୍ୟାମ୍ପରେ ୧୦ଜଣ ଅଗ୍ନିଶମ ଯୋଦ୍ଧା ରହିବେ। କ୍ୟାମ୍ପ୍ ଗୁଡ଼ିକରେ ସମସ୍ତ ପ୍ରକାରର ଫାୟାର ସୁରକ୍ଷା ଯନ୍ତ୍ରାଂଶ ରହିବ । ଦୁଇଟି ସ୍ଥାନରେ ୱାଟର ଲୋଡ଼ ପାଇଁ ବ୍ୟବସ୍ଥା କରାଯାଇଛି । ସମସ୍ତ ବ୍ୟବସ୍ଥାକୁ ମୁଖ୍ୟ କଂଟ୍ରୋଲ ରୁମ୍ ଦ୍ୱାରା ନିରୀକ୍ଷଣ କରାଯିବ।
ପୂଜା କମିଟି ପକ୍ଷରୁ ସୁରକ୍ଷାଦୃଷ୍ଟିରୁ ମଣ୍ଡପ ନିକଟରେ ବାଲି ବସ୍ତା, ପାଣି ଓ ସମସ୍ତ ପ୍ରକାରର ସୁରକ୍ଷା ଗ୍ରହଣ କରିବା ପାଇଁ ପୂଜା କମିଟିମାନଙ୍କୁ କୁହାଯାଇଛି । ଏହାକୁ ତଦାରଖ କରିବା ପାଇଁ ଗୋଟିଏ ଟିମ୍ ସହରର ସମସ୍ତ ମଣ୍ଡପ ବୁଲିବା ସହିତ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯଇଥିବା କଟକ ଉପ ଅଗ୍ନିଶମ ଅଧିକାରୀ କହିଛନ୍ତି।

