Latest Odisha News

BREAKING NEWS

ବାଲେଶ୍ୱରର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗା

ବାଲେଶ୍ୱର: ଓଡିଶାର କୋଣଅନୁକୋଣରେ କୌଣସି ନା କୌଣସି ଦେବାଦବୀଙ୍କର ବିଶିଷ୍ଟତା ରହିଛି । ପ୍ରତ୍ୟେକ ସ୍ଥାନରେ ଏମିତି ଜଣେଜଣେ ପ୍ରତ୍ୟକ୍ଷ ଦେବୀ ରହିଛନ୍ତି, ଯିଏ କି ସମଗ୍ର ଅଂଚଳର ରକ୍ଷାକର୍ତ୍ତା ଭାବେ ବିରାଜମାନ ରହିଥାନ୍ତି । ଏହି ଧାରାରେ ବାଲେଶ୍ୱର ଜିଲ୍ଲା ସୁନାହାଟ ଗାଁର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମା’ କନକ ଦୁର୍ଗା ।

ମା’ କନକ ଦୁର୍ଗାଙ୍କୁ ନେଇ ରହିଛି ଅନେକ ଲୋକକଥା । ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ୧୯୪୩ ମସିହାରେ ସୁନାହାଟ ଅଂଚଳରେ ହଇଜା ବ୍ୟାପିଥିଲା । ଚାରିଆଡେ ପଡିରହିଥିଲା କୁଢକୁଢ ମୃତଦେହ । ଲୋକେ ତ୍ରାହିତ୍ରାହି ହେଉଥାନ୍ତି । ସେହି ସମୟରେ ସ୍ଥାନୀୟ ଅଂଚଳର ଜଣେ ବରିଷ୍ଠ ବ୍ୟକ୍ତି ମୁରଲୀ ମୋହନ ଦାସଙ୍କୁ ମା’ କନକ ଦୁର୍ଗାଙ୍କୁ ପୂଜା କରିବା ଲାଗି ସ୍ୱପ୍ନାଦେଶ ହୋଇଥିଲା ।

ଏପରିକି ମା’ଙ୍କ ମୂର୍ତ୍ତିର ରଙ୍ଗ ବି କେବଳ ସୁନେଲି ରଙ୍ଗର ହେବ ବୋଲି ତାଙ୍କୁ ସ୍ୱପ୍ନରେ ନିର୍ଦ୍ଦେଶ ମିଳିଥିଲା । ସେବେଠାରୁ ପୂଜା ପାଇ ଆସୁଥିବା ମା’ କନକ ଦୁର୍ଗାଙ୍କ ମୂର୍ତ୍ତିର ରଙ୍ଗରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନି । ଚଳିତ ବର୍ଷ ବିନା ଭକ୍ତରେ ମା’ଙ୍କ ମଣ୍ଡପରେ ଆରମ୍ଭ ହୋଇଛି ସପ୍ତମୀ ପୂଜା । ଚକ୍ଷୁଦାନ ସହ ଚଣ୍ଡି ପାଠରେ କମ୍ପି ଉଠୁଛି ପୂଜା ମଣ୍ଡପ ।

Leave A Reply

Your email address will not be published.