Latest Odisha News

BREAKING NEWS

ଆଜି ମହାମାୟାଙ୍କ ମହାଷ୍ଟମୀ, ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ

ଭୁବନେଶ୍ୱର: ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାପୂଜା । ଆଜି ପାଳିତ ହେଉଛି ମହାଷ୍ଟମୀ । ମହା ଆଡମ୍ବରରେ ଚାଲିଛି ଦୁର୍ଗତନାଶିନୀଙ୍କ ପୂଜା । ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ । କରୋନା କଟକଣାରେ ବିନା ଭକ୍ତରେ ଦେବୀ ଦୁର୍ଗାଙ୍କ ଆବାହନ ଚାଲିଛି । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ଶକ୍ତିମୟୀ ।

ସକାଳୁ ସକାଳୁ ରୀତିନୀତି ଅନୁସାରେ ମା’ଙ୍କର ମହାଷ୍ଟମୀ ପୂଜା ଚାଲିଛି । କିନ୍ତୁ କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣ ରେଖା ଟାଣିଛି । ମା’ ଧରାବରଣ କରିଥିଲେ ବି ଚର୍ମଚକ୍ଷୁରେ ତାଙ୍କୁ ଦେଖି ପାରୁ ନାହାନ୍ତି ଭକ୍ତ ।

ସେପଟେ ଆଜି ଶକ୍ତିପୀଠରେ ମହାନବମା ପାଳିତ ହେଉଛି । ଏଥିପାଇଁ ରାଜ୍ୟର ସମସ୍ତ ଶକ୍ତିପୀଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଘଣ୍ଟଘଣ୍ଟା, ମୃଦଙ୍ଗ, ଝାଞ୍ଜରେ କମ୍ପୁଛି ଶକ୍ତିପୀଠ ।

Leave A Reply

Your email address will not be published.