Latest Odisha News

BREAKING NEWS

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍, ୬୧୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । କେବେ ସାମାନ୍ୟ ବଢୁଚି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୫ ଆକ୍ରାନ୍ତ । ଏହି ସମୟରେ ୬୨ହଜାର ୬୭୫ କୋଭିଡ୍ ଟେଷ୍ଟ ହୋଇଛି । ଆଜି ୧୮ ବର୍ଷ ଭିତରେ ଆଉ ୬୮ ଜଣ ସଂକ୍ରମିତ ହୋଇଛନ୍ତି । ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩, କଟକରୁ ୭୨, ମୟୂରଭଞ୍ଜରୁ ବାହାରିଛନ୍ତି ୨୮ ନୂଆ ଆକ୍ରାନ୍ତ । ୧୯ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୦.୮୮ ପ୍ରତିଶତ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୩୩ହଜାର ୨୮୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୧୯ହଜାର ୭୬୪ ଆକ୍ରାନ୍ତ । ଏବେ ରାଜ୍ୟରେ ୫ହଜାର ୨୦୩ କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.