Latest Odisha News

ମା’ତାରିଣୀ ପୀଠରେ ମହାନବମୀ ପୂଜା, ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ : ମା’ ତାରିଣୀ ପୀଠରେ ମହାନବମୀ| କାଳରାତ୍ରୀ ରୂପରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା  | ଏପଟେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଦଶହରା ଅବସରରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ । ଏଥିପାଇଁ କେନ୍ଦୁଝର ଜିଲ୍ଲାର ଘଟଗାଁ ମା’  ତାରିଣୀଙ୍କ ପୀଠ ହୋଇ ଉଠିଛି ଚଳଚଞ୍ଚଳ । ସକାଳୁ ସକାଳୁ ମା’ ତାରିଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଥିଲା । ଆଜି ମଣ୍ଡପରେ ମହାଷ୍ଟମୀ ଅନୁଷ୍ଠିତ ହେଉଥିବା ବେଳେ, ମା’ ତାରିଣୀଙ୍କ ପୀଠରେ ମହାନବମୀ ପାଳିତ ହେଉଛି । ଦଶହରା ଅବସରେ ସପ୍ତମୀ ଠାରୁ ଦଶମୀ ଯାଏ ଭକ୍ତମାନଙ୍କୁ ମା’ ସୁନା ବେଶରେ ଦର୍ଶନ ଦେଉଛନ୍ତି । ମା’ଙ୍କ ପୀଠରେ ଏଥିପାଇଁ ହୋମ, ଯଜ୍ଞ, ଚଣ୍ଡୀପାଠ ଆଦି ସହ ମା’ ଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଭକ୍ତମାନେ କୋଭିଡ୍ କଟକଣା ଅନୁଯାୟୀ ମା’ଙ୍କର ଦର୍ଶନ କରୁଛନ୍ତି ।

ତେବେ ନବରାତ୍ରୀଙ୍କର ସପ୍ତମ ଦିନ ଦେବୀ କାଳରାତ୍ରୀଙ୍କର ଅଟେ । କିମ୍ବଦନ୍ତୀ ଅନୁଯାୟୀ ଏହି ରୂପରେ ମା’ ନିଜ ଚର୍ମ ରଙ୍ଗକୁ ବଳିଦାନ ଦେଇ ରାକ୍ଷସ ମାନଙ୍କୁ ମାରିବା ପାଇଁ ଏକ ଅନ୍ଧକାର ରଙ୍ଗ ଗ୍ରହଣ କରିଥିଲେ |ମା’ଙ୍କ କପାଳରେ ତୃତୀୟ ଆଖି ଦେଖିବାକୁ ମିଳିଥାଏ, ଯେଉଁ ଆଖିରେ ମା’ କାଳରାତ୍ରୀ ସମଗ୍ର ବ୍ରହ୍ମାଣ୍ଡ ଧାରଣ କରିଥିବା ବିଶ୍ୱାସ କରାଯାଏ |

ଆଜି ମଣ୍ଡପ ଗୁଡିକରେ ମହାଷ୍ଟମୀ ପୂଜା ପାଳିତ ହେଉଥିବା ବେଳେ ପୀଠ ମାନଙ୍କରେ ନବମୀ ପୂଜା ପାଳିତ ହେଉଛି | କିନ୍ତୁ ଘଟଗାଁ ମା ତାରିଣୀଙ୍କ ପୀଠରେ ମହାଷ୍ଟମୀ ପୂଜା ପାଳିତ ହେଉଛି | ଆଜି ମଧ୍ୟ ମା’ଙ୍କର ମହାସ୍ନାନ, ମାଜଣା, ମଙ୍ଗଳ ଆଳତି, ବଡ ସିଂହାର ବେଶ,ଷୋଡଶ ଉପଚାର ପୂଜା ଇତ୍ୟାଦି ଯଥା ରିତିକାନ୍ତି ପୂଜା କାର୍ଯ୍ୟ ସମାପନ କରି ମାଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ |

 

 

Leave A Reply

Your email address will not be published.