Latest Odisha News

BREAKING NEWS

ନବରାତ୍ରୀରେ ନବଦୁର୍ଗାଙ୍କ ନାଁରେ କୁଆଁରୀ ପୂଜନ

ସୁବର୍ଣ୍ଣପୁର: ନବରାତ୍ରୀ ଅବସରରେ କୁଆଁରୀ ପୂଜାର ବିଧି। ମା’ଦୁର୍ଗାଙ୍କ ପୂଜା ସମୟରେ କୁଆଁରୀ ମାନଙ୍କର ପୂଜା କରାଯିବାର ରହିଛି ପରମ୍ପରା। ଏହି ଦିନ କୁଆଁରୀ ଝିଅମ।ନଙ୍କୁ ଏକାଠି ବସାଯାଇ ପୂଜା କରାଯାଇଥାଏ । ତା ସହିତ ବିଭିନ୍ନ ଅନ୍ନ ପ୍ରସାଦ ଓ ନୂତନ ବସ୍ତ୍ର ଦିଆଯାଇଥାଏ । ଅନ୍ୟ ସ୍ଥାନ ଭଳି ସୁବର୍ଣ୍ଣପୁରରେ ମଧ୍ୟ ଏହି ପରମ୍ପରା ଚାଲି ଆସୁଛି ।

ସୁବର୍ଣ୍ଣପୁର ଦୁର୍ଗାଦେବୀ ମନ୍ଦିରରେ କୁଆଁରୀ  ପୁଜା  ଅନୁଷ୍ଠିତ ହୋଇଯାଇଛି । ସହରର ପୁରୁଣା ରାଜପ୍ରସାଦ ଭିତରେ ଥିବା ଦୁର୍ଗାଦେବୀ ମନ୍ଦିରରେ କୁଆଁରୀ ଝିଅ ମାନଙ୍କୁ  ବ୍ରତୀମାନେ ପୂଜା କରିଛନ୍ତି । ସହରର ବିଭିନ୍ନ ସାହିରୁ ଆସିଥିବା କୁଆଁରୀ ଝିଅମାନଙ୍କ ଗୋଡ ଧୋଇବା ସହିତ ନୂତନ ବସ୍ତ୍ର ତଥା ଭୋଜନ ଦେଇ ପୂଜାର୍ଚ୍ଚନା କରାଯାଇଛି । ଏହି କୁଆଁରୀ ଝିଅ ପୂଜା ପରମ୍ପରା କାହିଁ କେତେ ଦିନରୁ ଚାଲି ଆସିଥିବା ବେଳେ ଲୋକଙ୍କ ବିଶ୍ବାସ ରହିଛି ।  କୁଆଁରୀ ଝିଅ ମାନଙ୍କୁ ପୂଜା କଲେ ନବ ଦୁର୍ଗାଙ୍କୁ ପୁଜା କରିବା  ବିସ୍ଵାସ ଚାଲି ଆସୁଛି । ।

 

Leave A Reply

Your email address will not be published.