Latest Odisha News

BREAKING NEWS

ସୈଫ୍‌ ଦୁନିଆର ‘ସବୁଠୁ ସୁନ୍ଦର ପୁରୁଷ’; କରୀନା

ମୁମ୍ବାଇ: ଆଜି ବଲିଉଡ୍‌ ଲୋକପ୍ରିୟ ଷ୍ଟାର ଯୋଡି କରୀନା କପୁର ଓ ସୈଫ୍‌ଙ୍କ ବିବାହ ବାର୍ଷିକୀ। କରୀନା କପୁର ଖାନ ତାଙ୍କ ବିବାହ ବାର୍ଷିକୀରେ ସୈଫଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଦୁନିଆର ‘ସବୁଠୁ ସୁନ୍ଦର ପୁରୁଷ’ ବୋଲି କହିଛନ୍ତି। କରୀନା ସୈଫ୍‌ଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

ନିକଟରେ କରୀନା ତାଙ୍କ ପତି ସୈଫଙ୍କ ଜନ୍ମଦିନ ପାଳନ କରିବା ପାଇଁ ମାଲଦ୍ୱୀପ ଯାଇଥିଲେ। ଆଜି ବିବାହ ବାର୍ଷିକୀ ଅବସରରେ ସୈଫ୍‌ଙ୍କୁ ଏକ ଭାବପୂର୍ଣ୍ଣ ନୋଟ୍‌ ଲେଖିଛନ୍ତି କରୀନା। ସେ ଲେଖିଛନ୍ତି,” ୱାନସ୍‌ ଅପନ୍‌ ଏ ଟାଇମ୍‌ ଇନ୍‌ ଗ୍ରୀସ୍‌, ଦେୟାର୍‌ ୱାଜ୍‌ ଏ ଗ୍ଲାସ୍‌ ଅଫ୍‌ ସୁପ୍‌ ଆଣ୍ଡ୍‌ ୟୁଏସ୍‌”। ଏହା ମୋ ଜୀବନକୁ ବଦଳାଇ ଦେଇଥିଲା … ଦୁନିଆର ସବୁଠାରୁ ସୁନ୍ଦର ପୁରୁଷଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା।”

Comments are closed.