Latest Odisha News

BREAKING NEWS

ପୁଲୱାମାରେ ସୁରକ୍ଷାବଳର ସର୍ଚ୍ଚ ଅପରେସନ ଜାରି ,ଜଣେ ଆତଙ୍କୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ସୁରକ୍ଷା କର୍ମୀଙ୍କ ଗୁଳି ମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ପୁଲୱାମା ଜିଲ୍ଲାର ପାମ୍ପୋରର ଡ୍ରାଙ୍ଗବାଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଜମ୍ମୁକଶ୍ମୀର ପୋଲିସର ଶ୍ରେଷ୍ଠ ୧୦ ଟାର୍ଗେଟ ମଧ୍ୟରେ ଥିବା ଲସ୍କର –ଏ- ତୋୟବାର କମାଣ୍ଡର ଉମର ମୁସ୍ତାକ୍ ଖାଣ୍ଡେ ପାମ୍ପୋର ଏନକାଉଣ୍ଟରରେ ଫସି ରହିଥିବା ଜଣାଯାଇଛି।

ମୁସ୍କାତ କାଶ୍ମୀରର ଭଗତ ଇଲାକାରେ ୨ ପୋଲିସ କର୍ମୀଙ୍କୁ ଦୟନୀୟ ଭାବେ ହତ୍ୟା କରିବା ସହ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛି ।ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ମଧ୍ୟ ସୂଚନା ରହିଛି ।  ଦୁଇ ଦିନ ପୂର୍ବରୁ ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଥିଲେ । ସେହିଦିନ ଠାରୁ ଏହି ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.