Latest Odisha News

ଭଲ ମଣିଷ ହେବାକୁ ପ୍ରତିଶ୍ରୁତି ଦେଲେ ଆର୍ୟନ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଏବେ ଜେଲ୍‌ରେ ଅଛନ୍ତି। ମୁମ୍ବାଇ ସେସନ୍‌ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଶୁଣାରିକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଏହାରି ଭିତରେ ଆର୍ୟନ୍‌ଙ୍କୁ ଏନ୍‌ସିବିର ଜେରା ବେଳେ ସେ ଏକ ପ୍ରତିଶ୍ରୁତି ଦେଇଛନ୍ତି। ସେ ଏନସିବିର ମୁମ୍ବାଇ ୟୁନିଟର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଭଲ କାମ କରିବେ, ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବେ ଏବଂ ଦିନେ ତାଙ୍କୁ ଗର୍ବିତ କରିବେ।

ଜେଲ୍‌ରୁ ମୁକୁଳିବା ପରେ ଆର୍ୟନ ଭଲ କାମ କରିବା ସହିତ ଗରିବ ଏବଂ ପୀଡିତଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତି” ପାଇଁ କାର୍ଯ୍ୟ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏପରି କିଛି କରିବି ଯାହା ଆପଣଙ୍କୁ ମୋ ପାଇଁ ଗର୍ବିତ କରିବ।

Comments are closed.