ବଲାଙ୍ଗିର : ବଲାଙ୍ଗିର ପୋଲିସକୁ ସଫଳତା । ରାସ୍ତା ଲିଟିଲ ଫ୍ଲାୱାର ସ୍କୁଲ ନିକଟରୁ ବାଇକ ସହ ଏକ ବସ୍ତାରେ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣେ ମାଫିଆକୁ ଗିରଫ କରିଛି । ଦୀର୍ଘ ଦିନରୁ ବଲାଙ୍ଗୀର ଧୁମଭାଟାର ଯୁଗ ମେହେର ନାମକ ଜଣେ ଗଞ୍ଜେଇ ମାଫିଆ ବୌଦ୍ଧ ଅଞ୍ଚଳରୁ ଗଞ୍ଜେଇ ଆଣି ବଲାଙ୍ଗିର ସହର ଓ ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିବା ନେଇ ପୋଲିସ ପାଖରେ ଖବର ରହିଥିଲା । ତେବେ ଆଜି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାର ମଣ୍ଡୁ ନାମକ ଜଣେ ଗଞ୍ଜେଇ ମାଫିଆ ଏକ ବସ୍ତାରେ ଯୁଗ ମେହେରକୁ ଗଞ୍ଜେଇ ଦେଇଥିଲା । ଗଞ୍ଜେଇକୁ ଯୁଗ ମେହେର ବାଇକରେ ନେଇ ଯାଉଥିବା ବେଳେ, ପୋଲିସ ତାକୁ କାବୁ କରିଥିଲା । ଜବତ ହୋଇଥିବା ଗଞ୍ଜେଇର ପରିମାଣ ଜଣାପଡିନଥିବା ବେଳେ, ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ଅନୁମାନ କରାଯାଉଛି ।
BREAKING NEWS
- କେଉଁ କେଉଁ ଦଶକୁ ଋଣ ଦେଇଥାଏ ଭାରତ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
- ମୃତ୍ୟୁ ପରେ ବଞ୍ଚି ରହନ୍ତି ଏମାନେ, ଜାଣନ୍ତୁ କଣ ଏହି ‘ଥର୍ଡ ଷ୍ଟେଟ୍’
- ଆପଣଙ୍କ ଫୋନ ବି ଥରି ଉଠିବ ! Googleରେ ଲେଖିଦିଅନ୍ତୁ ଏହି ଶବ୍ଦ ତା’ପରେ…
- ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା
- ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ, ସେବକଙ୍କ ବିରୋଧରେ ହେବ କଡା ଆକ୍ସନ…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇଦାରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
- ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଗିରଫ: ଦେଶୀ ବନ୍ଧୁକ, ବାଇକ୍ ଜବତ
- ବାହାର ଠିକାଦାରଙ୍କୁ କାମ କରିବା ମନା ..ଏହି ଜିଲ୍ଲା ଠିକାଦାର ସଂଘ ନେଲେ ନିଷ୍ପତ୍ତି
- ଭାରତର ଏହି ରାଜ୍ୟରେ ରହିଛି ବେନାମି ରେଳ ଷ୍ଟେସନ, ଆଜିବି ଖୋଜୁଛି ନିଜର ପରିଚୟ…
Comments are closed.