Latest Odisha News

BREAKING NEWS

ପୂଜା ବେଦୀଙ୍କୁ କରୋନା, ଜିଦରେ ନେଇ ନ ଥିଲେ କୋଭିଡ ଟୀକା

ମୁମ୍ବାଇ: ବଲିଉଡର ପୂର୍ବତନ ଅଭିନେତ୍ରୀ ପୂଜା ବେଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପୂଜାଙ୍କ ଘରେ କାମ କରୁଥିବା ମେଡ ଏବଂ ପ୍ରେମିକ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସୋସିଆଲ ସାଇଟରେ ପୂଜା ଏ ନେଇ ସୂଚନା ଦେଇଛନ୍ତି । ନିଜକୁ ସୁସ୍ଥ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ପୂଜା ଜିଦରେ ଏ ପର୍ଯ୍ୟନ୍ତ କୋଭିଡ ଟୀକା ନେଇ ନାହାନ୍ତି । ଏହା ନ ନେବା ମୋର ବ୍ୟକ୍ତିଗତ ନିଷ୍ପତି ବୋଲି ସେ କହିଛନ୍ତି । ସେ ସ୍ପଷୀକରଣ ଦେଇ କହିଛନ୍ତି ଯେ, କରୋନା ଭାଇରସରେ ପୀଡିତ ୯୯ ପ୍ରତିଶତ ଲୋକ ବଂଚି ଯାଇଛନ୍ତି । ଆଉ ଟୀକା ନେଇଥିବା ଅଧିକାଂଶ ବ୍ୟକ୍ତି ସୁସ୍ଥ ହେଉଛନ୍ତି । ଆଶା କରୁଛି ଖୁବ୍ ଶୀଘ୍ର ଭଲ ହୋଇଯିବି ।

Leave A Reply

Your email address will not be published.