Latest Odisha News

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ପକ୍ଷରୁ କର୍ମଶାଳା

ଭଦ୍ରକ: ଓଡ଼ିଶା ସୂଚନା ଅଧିକାର ଅଭିଯାନ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ସୂଚନା କର୍ମୀଙ୍କୁ ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ରାଜ୍ୟ ସଂଯୋଜକ ସୁଧିର ମହାନ୍ତି ଯୋଗଦେଇ ରାଜ୍ୟରେ ସୂଚନା କର୍ମୀଙ୍କ ଉପରେ ହେଉଥିବା ମକଦ୍ଦମା ଓ ଆକ୍ରମଣ ଉପରେ ଆଲୋଚନା କରିଥିଲେ। ଏହାସହ ସଭ୍ୟ ସଂଗ୍ରହ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଥିଲେ।

ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ପ୍ରାର୍ଥୀ ଦେବାପାଇଁ ଏହି କର୍ମଶାଳାରେ ନିଷ୍ପତି ହୋଇଥିଲା। କର୍ମଶାଳାରେ ସଂଯୋଜକ ବିପ୍ଲବ ହୋତା, ସମ୍ପାଦକ ବିକାଶ ଧଳ, ରବିନ୍ଦ୍ର ଦାସ, ନିର୍ମଳ ସେନାପତି, ବସନ୍ତ ବିଶ୍ୱାଳ, ପଞ୍ଚାନନ ବେହେରାଙ୍କ ସମେତ ଜିଲ୍ଲାର ବହୁ ସୂଚନା କର୍ମୀ ଯୋଗଦେଇଥିଲେ।

Comments are closed.