ଭୁବନେଶ୍ୱର : ଓଡିଶାରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୨ ଦିନ ରହିଥିବାବେଳେ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷା ସୁମିତ୍ରା ଜେନା ଆଜି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ।
ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତାଙ୍କ ଇସ୍ତଫା ଲାଗି ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟୀ ।
“ନିରଞ୍ଜନଙ୍କ ମହିଳାଙ୍କ ପ୍ରତି ଉଦାସୀନତା ମନୋଭାବ ମୋତେ ଅସହ୍ୟ ହେବାରୁ ମୁଁ ଏଭଳି ନିଷ୍ପତ୍ତି ନେଇଛି” ।
ଆହୁରି ମଧ୍ୟ ଦଳ ପାଇଁ ପ୍ରାର୍ଥୀ ଚୟନ ସମ୍ପର୍କରେ ସେ ନିରଞ୍ଜନଙ୍କୁ କଟାକ୍ଷ କରି କହିଛନ୍ତି, ଯେଉଁମାନଙ୍କର ପ୍ରଚୁର ପଇସା ଅଛି କେବଳ ସେମାନଙ୍କୁ ହିଁ ଟିକେଟ୍ ବଣ୍ଟନ କରାଯାଇଛି ।
Comments are closed.