Latest Odisha News

କୋହଲି ସ୍ପଷ୍ଟ କଲେ, ରୋହିତ-ରାହୁଲ ଓପନିଂ କରିବେ

ଦୁବାଇ: ଟି୨୦ ବିଶ୍ୱକପରେ ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି । ୱାର୍ମ ଅପ ମ୍ୟାଚରେ ଇଶାନ କିଶାନ ୭୦ ରନର ଇନିଂସ ଖେଳିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ବୋଲି ଜଣାପଡିଛି । କୋହଲି ନିଜେ ୩ନଂ ସ୍ଥାନରେ ବ୍ୟାଟିଂ କରିବେ ବୋଲି କହିଛନ୍ତି । ରାହୁଲ ଶେଷ ୭ଟି ଟି୨୦ ମୁକାବିଲାରେ ୩ଟି ହାଫ ସେଂଚୁରୀ ମାରିବା ସହ ପ୍ରତ୍ୟେକ ମ୍ୟାଚରେ ୨୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି ।

ତେବେ ରୋହିତ ଏବଂ କୋହଲିଙ୍କ ଫର୍ମ ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ରୋହିତ ୭ଟି ମ୍ୟାଚରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି । ଅପରପକ୍ଷରେ କୋହଲି ୬ ମ୍ୟାଚରେ ୪୦ରୁ ଊର୍ଦ୍ଧ୍ୱ ରନ କରି ନାହାନ୍ତି ।

Leave A Reply

Your email address will not be published.