Latest Odisha News

BREAKING NEWS

‘ବଚ୍ଚନ’ ଟାଇଟଲ୍‌ ପଛର ରହସ୍ୟ ଖୋଲିଲେ ବିଗ୍‌ ବି

ମୁମ୍ବାଇ: କୌନ ବାନେଗା କରୋଡ୍‌ପତି‌ ୧୩ର ଉପସ୍ଥାପନା କରୁଛନ୍ତି ବଲିଉଡ୍‌ ଶେହେନ୍‌ଶାହା ଅମିତାଭ ବଚ୍ଚନ। ଏଥିରେ ବିଗ୍‌ ବି ଏକ ରହସ୍ୟର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନ କାହିଁକି ‘ବଚ୍ଚନ’କୁ ସର୍‌ନେମ୍‌ ଭାବେ ଚୟନ କରିଥିଲେ ତାହାର ଗୁମର ଫିଟାଇଛନ୍ତି।

ଅମିତାଭ କହିଥିଲେ ଯେ ତାଙ୍କ ପିତାମାତାଙ୍କର ଇଣ୍ଟରକାଷ୍ଟ ମ୍ୟାରେଜ ହୋଇଥିଲା। ତାଙ୍କ ମା ତେଜି ବଚ୍ଚନ ଜଣେ ଶିଖ୍‌ ଥିଲେ ଏବଂ ତାଙ୍କ ପିତା ଉତ୍ତରପ୍ରଦେଶର ଜଣେ କାୟାସ୍ଥ ପରିବାରର ଥିଲେ। ସେ କହିଥିଲେ ଯେ ୧୯୪୨ ମସିହାରେ ବିବାହ ପାଇଁ ତାଙ୍କ ପିତାମାତାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପିତା ଜାଣିଶୁଣି ତାଙ୍କ ସର୍‌ନେମ୍‌କୁ ‘ବଚ୍ଚନ’ ରଖିଥିଲେ କାରଣ ଏହା କୌଣସି ଜାତିର ସୂଚିତ କରେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ଉପନାମ ଦେବା ପରିବର୍ତ୍ତେ ତାଙ୍କ ପିତାମାତା ତାଙ୍କ ସ୍କୁଲରେ ଆଡମିଶନ ସମୟରେ ପିତାଙ୍କ ଛଦ୍ମନାମ ଦେଇଥିଲେ।

ଅମିତାଭ ବଚ୍ଚନ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବିବାହ କରିଛନ୍ତି। ଜୟା ଏକ ବଙ୍ଗୀୟ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ।

Leave A Reply

Your email address will not be published.