Latest Odisha News

BREAKING NEWS

ଅକ୍ଟୋବର-ନଭେମ୍ବର ପାର୍ବଣ ପାଇଁ ଆସିଲା ପୂଜା ଗାଇଡ଼ଲାଇନ୍

ଭୁବନେଶ୍ୱର: ଅକ୍ଟୋବର-ନଭେମ୍ବର ମାସର ପୂଜା ପାଇଁ ଆସିଲା ଗାଇଡ଼ଲାଇନ୍। ବିଏମସି ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି। ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତି ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀ ପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆସିଲା ଗାଇଡ଼ଲାଇନ୍।

ବିଏମସି ଅଧିନରେ ଥିବା ପୂଜା କମିଟି ପୂଜା ପାଇଁ ପୋଲିସର ଅନୁମତି ନେବାକୁ ପଡ଼ିବ। ମଣ୍ଡପ ଓ ପୂଜାବେଳେ ଶ୍ରଦ୍ଧାଳୁଙ୍କୁ ଆସିବାକୁ ମନା କରାଯାଇଛି। ଘର ଭିତରେ ପୂଜା କରିବା ଭଳି ରୀତିନୀତି ପାଳନ ହେବ। ମଣ୍ଡପ କିମ୍ବା ପେଣ୍ଡାଲ ୩ପଟ ବନ୍ଦ ରହିବା ସହ ୪ର୍ଥ ପଟ ଆବରଣ ରହିବ। ମୂର୍ତ୍ତିର ଉଚ୍ଚତା ୪ଫୁଟରୁ କମ୍ ରଖାଯିବ। କୋଭିଡ଼ ନିୟମ ମାନି ମଣ୍ଡପରେ ଏକାସଙ୍ଗେ ୭ରୁ ଅଧିକ ଲୋକ ମନା। ବାଜା ରୋଷଣୀ ବନ୍ଦ ରହିବ। ସେହିପରି ମୂର୍ତ୍ତି ବିସର୍ଜନ ବେଳେ ସର୍ବାଧିକ ୧୦ଜଣଙ୍କୁ ଭାଗ ନେବାକୁ ଅନୁମତି ରହିଛି।

କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ୍ ଜାରି ହୋଇଛି। କାର୍ତ୍ତିକ ମାସରେ ମନ୍ଦିର ଭିତରେ କାର୍ତ୍ତିକ ବ୍ରତ ହବିଷ୍ୟାଳୀଙ୍କୁ ମନା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ବିନ୍ଦୁସାଗର ଓ ଅନ୍ୟାନ୍ୟ ନଦୀଘାଟରେ ଗହଳି କରିପାରିବେ ନାହିଁ। ଏହାକୁ ଅବମାନନା କଲେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

Comments are closed.