Latest Odisha News

ଶାହରୁଖଙ୍କ ଡୁପ୍ଲିକେଟକୁ ନେଇ ଆଗେଇ ଚାଲିଛି ଫିଲ୍ମ ସୁଟିଂ

ମୁମ୍ବାଇ: ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାରେ ଚିନ୍ତାରେ ପଡିଛନ୍ତି କିଙ୍ଗଖାନ ଶାହରୁଖ । ବିଦେଶରେ ଫିଲ୍ମର ସୁଟିଂ ଛାଡି ଏବେ କିଙ୍ଗଖାନ ଭାରତରେ ରହିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ଫିଲ୍ମ ପଠାନର ସୁଟିଂ ସ୍ଥଗିତ ଥିବାବେଳେ ଅନ୍ୟ ଏକ ଫିଲ୍ମର ସୁଟିଂ ଶାହରୁଖଙ୍କ ଡୁପ୍ଲିକେଟକୁ ନେଇ ଆଗେଇ ଚାଲିଛି ।

ଆର୍ଯ୍ୟନଙ୍କ ଜାମିନ ପାଇଁ ଶାହରୁଖ ନିଜର ସମସ୍ତ କମର୍ସିଆଲ୍ କମିଟମେଣ୍ଟକୁ ପଛରେ ପକାଇଦେଇଛନ୍ତି । ଫିଲ୍ମ ପଠାନ୍ ପାଇଁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଅକ୍ଟୋବର ୨’ରେ ସ୍ପେନରେ ପହଂଚିଥିଲେ । ସେଠାରେ ମଲୋରକା, କାଡିଥ୍ ଓ ଭେଜେ ଡେ ଲା ଫ୍ରନ୍ତେରା ନାମକ ତିନୋଟି ସ୍ଥାନରେ ପ୍ରଥମଥର ପାଇଁ ଫିଲ୍ମ ପଠାନର ଦୁଇଟି ଗୀତର ସୁଟିଂ ହୋଇଥାନ୍ତା । ହେଲେ ଆର୍ଯ୍ୟନଙ୍କ ମାମଲା ପାଇଁ ସେ ବି ଭାରତ ଫେରିଛନ୍ତି ।

ଫିଲ୍ମ ପଠାନକୁ ବାଦ୍ ଦେଲେ ନିର୍ଦ୍ଦେଶକ ଅଟଲିଙ୍କ ଫିଲ୍ମ ଲାୟନର ସୁଟିଂ ଶାହରୁଖଙ୍କ ବିନା ଆଗେଇ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଶାହରୁଖଙ୍କ ଡୁପ୍ଲିକେଟ ପ୍ରଶାନ୍ତ ୱାଲଦେଙ୍କୁ ନେଇ ନିର୍ଦ୍ଦେଶିକ ଅଟଲି ଲଙ୍ଗ୍ ସଟ୍ ଏବଂ ଓଭର ଦ ସୋଲ୍ଡର୍ ସଟ୍ ଗୁଡିକର ସୁଟିଂ କରି ଚାଲିଛନ୍ତି ।

Leave A Reply

Your email address will not be published.