Latest Odisha News

BREAKING NEWS

କନ୍ଧମାଳରେ ଅଫୁଟା ଟିଫିନ ବୋମାକୁ ବିସ୍ଫୋରଣ କଲେ ସିଆରପିଏଫ ଯବାନ

କନ୍ଧମାଳ : କନ୍ଧମାଳରେ କମ୍ବିଂ ଅପରେସନ ବେଳେ ସିଆରପିଏଫ ପକ୍ଷରୁ ଗୋଟିଏ ଅଫୁଟା ଟିଫିନ ବୋମାକୁ ସତର୍କତାର ସହିତ ବିସ୍ଫୋରିତ କରାଯାଇଛି ।

ସୂତ୍ରରୁ ଜଣାପଡ଼ିଛି ଯେ, କନ୍ଧମାଳର ଫୁଲବାଣୀ-ଗୋଛାପଡ଼ା ରାସ୍ତା କଡ଼ରେ ଗୁରୁବାର ରାତିରେ କମ୍ବିଂ ଅପରେସନ କରୁଥିବା ବେଳେ କେନ୍ଦ୍ରୀୟ ବାହିନୀ ୫ କେଜି ଓଜନର ଏକ ଅଫୁଟା ଟିଫିନ ବୋମା ଦେଖିବାକୁ ପାଇଥିଲେ ।
ଖବରପାଇ ସିଆରପିଏଫର ଏକ ବୋମା ନିଷ୍କ୍ରିୟ ବିଶେଷଜ୍ଞ ଟିମ ପହଞ୍ଚି ପ୍ରଥମେ ବୋମାଟିକୁ ଅକାମି କରିବାକୁ ପ୍ରଚେଷ୍ଟା କରିଥିଲେ । ଟିଫିନ ବୋମାଟି ୫ କେଜି ଓଜନର ହୋଇଥିବା ଯୋଗୁଁ ତାହାକୁ ନିଷ୍କ୍ରିୟ କରିବାରେ ଅକ୍ଷମ ହେବାରୁ ବୋମାଟିକୁ ସେଠାରେ ବିସ୍ଫୋରିତ କରିଥିଲେ । ଫଳରେ ଏକ ବିରାଟ ଧରଣର ବିସ୍ଫୋରଣରୁ ରକ୍ଷା ମିଳିପାରିଛି ।

କନ୍ଧମାଳ ଏସପି ପ୍ରତୀକ ସିଂହ କହିଛନ୍ତି, ସିଆରପିଏଫ ଯବାନଙ୍କ ଦ୍ୱାରା ମିଳିଥିବା ଏହି ଟିଫିନ ବୋମାଟି ଅବଶ୍ୟ ନିଷ୍କ୍ରିୟ ହୋଇପଡ଼ିଥିଲା । କିନ୍ତୁ କମ୍ବିଂ କରୁଥିବା କେନ୍ଦ୍ରୀୟ ଯବାନଙ୍କ ଉଦ୍ଦେଶ୍ୟରେ ହିଁ ମାଓବାଦୀମାନେ ଏହି ଟିଫିନ ବୋମାଟିକୁ କିଛିମାସ ପୂର୍ବରୁ ବିଛାଇଥିବାର ସନ୍ଦେହ କରୁଛୁ ବୋଲି କହିଛନ୍ତି କନ୍ଧମାଳ ଏସପି ପ୍ରତୀକ ସିଂହ ।

କନ୍ଧମାଳ ଏସପି ମଧ୍ୟ କହିଛନ୍ତି, ଏହି ଘଟଣାପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.