Latest Odisha News

BREAKING NEWS

ଭିଜିଲାନ୍ସ ପଞ୍ଝାରେ ସିଡ଼ିପିଓ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ସିଡିପିଓ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସିଡିପିଓ । ସିଡିପିଓ ପୁଷ୍ପାଞ୍ଜଳି ରଥ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜାଲାନ୍ସ ତାଙ୍କୁ ଧରିଥିଲା । ବିର୍ସିଂ ମାଝିଙ୍କୁ ଅଙ୍ଗନବାଡ଼ି କର୍ମୀ କରାଇଦେବା ପାଇଁ ସେ ଲାଞ୍ଚ ନେଉଥିଲେ ।ଡିଏସପି ସୁଶାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଭବାନୀପାଟଣା ସ୍ଥିତ ପୁଷ୍ପାଞ୍ଜଳିଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।ଆଗରୁ ମଧ୍ୟ ସିଡିପିଓଙ୍କ ନାମରେ ଅଭିଯୋଗ ହସ୍ତଗତ ହୋଇଛି  । ଭିଜିଲାନ୍ସ ଟିମର ନଜରରେ ରହିଥିଲେ  ।

 

Leave A Reply

Your email address will not be published.