Latest Odisha News

BREAKING NEWS

ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍। ଏହା ପୂର୍ବରୁ ମଧ୍ୟ ୱେବସାଇଟ୍ ହ୍ୟାକ୍ ହୋଇଥିଲା। ବିଶ୍ୱବିଦ୍ୟାଳୟ ଗ୍ରିଭାନ୍ସ ୱେବସାଇଟକୁ ହ୍ୟାକ କରିଥିଲେ ପାକିସ୍ତାନୀ ହ୍ୟାକର। ଲିଙ୍କ ଖୋଲିବା ମାତ୍ରେ କିଲର ହ୍ୟାକ୍ ବାଏ ଡ଼େଭିଲ ଲେଖା ଆସିଥିଲା। ଏହାସହ ସ୍କ୍ରିନରେ ହ୍ୟାକରଙ୍କ ବାର୍ତ୍ତା ମଧ୍ୟ ଦେଖିବାକୁ ମିଳିଥିଲା। ହ୍ୟାକରଙ୍କ ମେସେଜ ତଳକୁ ପିସିଏ ଅର୍ଥାତ୍ ପାକିସ୍ତାନ ସାଇବର ଏଜେଣ୍ଟ ବୋଲି ଉଲ୍ଲେଖ ରହିଥିଲା। ହ୍ୟାକ ହେବା ପରେ ଛାତ୍ରଛାତ୍ରୀଙ୍କ ସହ ବିଶ୍ୱବିଦ୍ୟାଳୟର ତଥ୍ୟ ଚୋରୀ ହେବାର ଆଶଙ୍କା ବଢ଼ିଛି।

୨୦୧୫ରେ ସମାନ ଢ଼ଙ୍ଗରେ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ଲୋଡ଼ିଂ କରି ଆଉ ଏକ ୱେବସାଇଟ୍ ତିଆରି କରାଯାଇଥିଲା। ଯାହାକୁ ହ୍ୟାକରମାନେ ବେଶ୍ କିଛି ମାସ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଏହାକୁ ବିଶ୍ୱ ବିଦ୍ୟାଳୟର ଅଫିସିଆଲ ୱେବସାଇଟ ବୋଲି ମନେକରୁଥିଲେ।

Leave A Reply

Your email address will not be published.