Latest Odisha News

BREAKING NEWS

ପୁଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟର ପ୍ରେମିକା

କଟକ: ପୁଲିସ ପଂଝାରେ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା ମାନସୀ ନାୟକ ଓରଫ ବେବି । ବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ବେବି । ଗତ ସପ୍ତାହେ ପୂର୍ବରୁ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ, ବେବିର ସହାୟତାରେ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିବା ଅଭିଯୋଗ ହୋଇଥିଲା । ବେବି ନାଁରେ କଟକରେ ଅନେକ ଅପରାଧିକ ମାମଲା ରହିଛି ।

ସପ୍ତାହେ ତଳେ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିଲା । ଆଉ ଏହି ଦୁର୍ବୃତ୍ତଙ୍କୁ ବେବି ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ପୂର୍ବରୁ ସକିଲର ଦୁଇ ସହଯୋଗୀ ଗୋଲି ଓ ନବାବକୁ ଗିରଫ କରାଯାଇଥିବା ବେଳେ ମାନସୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏପରିକି ୨୦୧୫ ମସିହାରେ ବେବି ଏକ ହତ୍ୟା ମାମଲାରେ ଜେଲ ବି ଯାଇଥିଲା । ଆଉ ଜେଲରୁ ବାହାରିବା ପରେ ସକିଲ ପାଇଁ କାମ କରୁଥିଲା । କଟକରେ ସକିଲ ନାଁରେ ବି ଅଭିଯୋଗ ରହିଛି । ସକିଲ କଟକର ଏକାଧିକ ଦାଦାବଟି ଓ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ରହିଛି ।

Leave A Reply

Your email address will not be published.