Latest Odisha News

BREAKING NEWS

ମଣିଷ ପ୍ରତି ବିପଦ: ଗାଈ, ଘୁଷୁରୀଙ୍କଠାରୁ ମିଳିଲା ମାଇକ୍ରୋ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ନିକଟରେ ଏକ ଗବେଷଣାରେ ଗାଈ ଏବଂ ଘୁଷୁରୀଙ୍କ ଶରୀରରୁ ମାଇକ୍ରୋ ପ୍ଲାଷ୍ଟିକର ଉପାଦାନ ମିଳିଛି । ଯାହା କି ମଣିଷ ପାଇଁ ଚିନ୍ତାର କାରଣ ହୋଇପାରେ । ଅଧିକାଂଶ ବ୍ୟକ୍ତି କ୍ଷୀର ପାଇଁ ଗାଈ,ମଇଁଷି ଓ ଘୁଷରୀଙ୍କ ଉପରେ ନିର୍ଭର କରିଥାନ୍ତି । ଆର୍ମଷ୍ଟଡମର ବ୍ରିଜ ୟୁନିଭରସିଟିର ଗବେଷକମାନେ ୧୨ଟି ଗାଈ ଏବଂ ୬ ଘୁଷୁରୀଙ୍କ ଉପରେ ଷ୍ଟଡି କରିଥିଲେ । ସେମାନଙ୍କ ରକ୍ତରେ ପ୍ଲାଷ୍ଟିକର କ୍ଷୁଦ୍ରତମ କଣିକା ମିଳିଛି ।

ମାଟିରୁ ଖାଦ୍ୟ ସଂଗ୍ରହ କରିବା ବେଳେ ଏହି କଣିକା ସେମାନଙ୍କ ଶରୀର ମଧ୍ୟକୁ ଯାଇଥିବ ବୋଲି ସେମାନେ ଅନୁମାନ କରି କହିଛନ୍ତି । ନିକଟରେ ଜଣେ ମହିଳାଙ୍କ ଗର୍ଭନଳୀରୁ ପ୍ଲାଷ୍ଟିକ କଣିକା ମିଳିବା ପରେ ଗବେଷକମାନେ ଏହା କିପରି ପଂହଚିଲା ସେ ନେଇ ଗବେଷଣା କରିଥିଲେ । ଆଗକୁ ଯଦି ପ୍ଲାଷ୍ଟିକ ବ୍ୟବହାର ନେଇ ଆମେ ସଚେତନ ନ ହେବା ତାହାହେଲେ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବା ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.