Latest Odisha News

BREAKING NEWS

୮୦ ହଜାର ମୂଲ୍ୟର ଡ୍ରଗ୍ସ ଅର୍ଡର କରିଥିଲେ ଆର୍ୟନ; ସାଙ୍ଗମାନଙ୍କୁ ଧମକ ବି ଦେଇଥିଲେ

ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କ ଜାମିନ ଆବେଦନ ଉପରେ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହେବ। ଏହି ସମୟରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅନନ୍ୟା ପାଣ୍ଡେ ଏବଂ ଆର୍ଯ୍ୟନ ଖାନଙ୍କ ଭିତରେ ହ୍ବାଟସ୍‌ ଆପ୍‌ରେ ଡ୍ରଗ୍ ସମ୍ପର୍କରେ ହୋଇଥିବା ଆଲୋଚନା ଉପରେ ପଚରାଉଚରା କରୁଛି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦୁହେଁ ହ୍ବାଟସ ଆପ୍ ଚାଟରେ ଡ୍ରଗ୍ କିଣିବା ବିଷୟରେ ଆଲୋଚନା କରିଥିବା ନେଇ ଜଣାପଡ଼ିଛି।

ଥଟ୍ଟାରେ ଆର୍ୟନ ତାଙ୍କ ସାଙ୍ଗମାନଙ୍କୁ ଧମକ ଦେଇଥିଲେ ଯେ ସେ ଏନ୍‌ସିବିରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ଦୁଇଜଣଙ୍କୁ ପଚରାଉଚରା ପାଇଁ ଏନ୍‌ସିବି ବର୍ତ୍ତମାନ ଏହି ଚାଟ୍‌ର ବ୍ୟବହାର କରୁଛି। ଆର୍ଯ୍ୟନ୍ ଖାନ୍ ବର୍ତ୍ତମାନ ଆର୍ଥର ରୋଡ୍ ଜେଲରେ ରହିଥିବାବେଳେ ଏନସିବି ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରୁଛି।

ହ୍ବାଟସ ଆପ୍ ଚାଟ୍ ରେ ଆର୍ଯ୍ୟନ୍ ଖାନ୍ ବହୁ ପରିମାଣରେ ଡ୍ରଗ୍ କିଣିବା ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏହାସହିତ ଆର୍ୟନ ୮୦,୦୦୦ ଟଙ୍କା ମୂଲ୍ୟର ଡ୍ରଗ୍ ଅର୍ଡର କରିଥିବା ମଧ୍ୟ ସାମ୍‌ନାକୁ ଆସିଛି। ସୂଚନା ଅନୁଯାୟୀ ଅନନ୍ୟା ପାଣ୍ଡେଙ୍କ ବ୍ୟତୀତ ଏନସିବି ଅନ୍ୟ ତିନିଜଣ ସେଲିବ୍ରିଟି ପିଲାଙ୍କ ସହ ଆର୍ୟନ୍‌ଙ୍କ ଚାଟ୍ ବିଷୟରେ ସୂଚନା ରହିଛି।

Comments are closed.