Latest Odisha News

ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାପାନ ରାଜକୁମାରୀ ମାକୋ, ପ୍ରେମ ପାଇଁ ସବୁ କିଛି ଛାଡିଦେଲେ

ଟୋକିଓ: ଜାପାନ ରାଜକୁମାରୀ ମାକୋ ଏବଂ କେଇ କୋମୁରା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ । ତେବେ କୋମୁରା ଜଣେ ସାଧାରଣ ନାଗରିକ ହୋଇଥିବାରୁ ଏହି ବିବାହ ପାଇଁ ମାକୋଙ୍କୁ ବହୁତ କିଛି ଛାଡିବାକୁ ପଡିଥିଲା । ରାଜବଂଶର ନିୟମ ଅନୁସାରେ ସେମାନେ ସାଧାରଣ ନାଗରିକଙ୍କୁ ବିବାହ କଲେ ରାଜପରିବାରର ମର୍ଯ୍ୟଦା ହରାଇବେ ।

ମାକୋ ୮ କୋଟି ଟଙ୍କା ଏବଂ ରାଜକୀୟ ସମ୍ମାନରୁ ଏବେ ବଂଚିତ ହେବେ । ଟୋକିଓର ଏକ ହୋଟେଲରେ ସେମାନେ ଅତି ସାଧାରଣ ଭାବେ ଏହି ବିବାହ ଉତ୍ସବ ପାଳନ କରିଛନ୍ତି । ଏହା ପରେ ଉଭୟ ନ୍ୟୁୟର୍କରେ ସାଧାରଣ ନାଗରିକ ଭାବେ ଜୀବନ ଯାପନ କରିବେ ।

Leave A Reply

Your email address will not be published.