Latest Odisha News

BREAKING NEWS

ରୋମାଂଚକ ମୁକାବିଲାରେ ବାଂଲାଦେଶକୁ ହରାଇଲା ୱେଷ୍ଟଇଣ୍ଡିଜ

ଶାରଜା: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ୱେଷ୍ଟଇଣ୍ଡିଜ ଶେଷ ଓଭର ଶେଷ ବଲରେ ବାଂଲାଦେଶକୁ ମାତ ଦେଇଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ରୋଷ୍ଟନ ଚେଜଙ୍କ ୩୯ ଏବଂ ନିକୋଲାସ ପୁରମଙ୍କ ୪୦ ରନ ସହାୟତାରେ ୨୦ ଓଭରରେ ୭ଉଇକେଟ ହରାଇ ୧୪୨ କରିଥିଲା । ଜବାବରେ ବାଂଲାଦେଶ ୨୦ ଓଭରରେ ୫ ଉଇକେଟ ହରାଇ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା । ଲିଟନ ଦାସ ୪୪ ଏବଂ ମହମ୍ମୁଦାଲ୍ଲା ୩୧ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା ।

ଶେଷ ଓଭରରେ ବାଂଲାଦେଶକୁ ବିଜୟ ପାଇଁ ୧୩ ରନ ଆବଶ୍ୟକ ହେଉଥିଲା । ଆନ୍ଦ୍ରେ ରସେଲଙ୍କ ୫ ବଲରେ ସେମାନେ ୯ରନ ସଂଗ୍ରହ କରିଥିଲେ । ଅନ୍ତିମ ବଲରେ ଆଉ ୪ରନ ଆବଶ୍ୟକ ହେଉଥିବା ବେଳେ ମହମ୍ମୁଦାଲ୍ଲା ରନ କରିପାରି ନ ଥିଲେ । ଏହି ପରାଜୟ ସହ ବାଂଲାଦେଶର ବିଶ୍ୱକପ ଅଭିଯାନ ଶେଷ ହୋଇଯାଇଛି ।

Comments are closed.