Latest Odisha News

BREAKING NEWS

ଜୁହି ଚାଓ୍ଵଲା ହେଲେ ଆର୍ଯ୍ୟନଙ୍କ ଜାମିନଦାର

ମୁମ୍ବାଇ: ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନଦାର ହେଲେ ଜୁହି। ବମ୍ବେ ହାଇକୋର୍ଟ ବଲିଉଡ ଷ୍ଟାର୍ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବେଲ ଅର୍ଡର ଜାରି କରିଛନ୍ତି । ଅଭିନେତ୍ରୀ ଜୁହି ଚାଓ୍ଵଲା ଏକ ଲକ୍ଷ ଟଙ୍କାର ମୁଚଲିକାରେ ଆର୍ୟନଙ୍କ ଜାମିନ କରାଇଛନ୍ତି।। ମିଳୁଥିବା ସୂଚନା ଅନୁସାରେ ଓ ରିପୋର୍ଟ ଅନୁସାରେ ଆର୍ଯ୍ୟନଙ୍କ ଜାମିନଦାର ହେଉଛନ୍ତି ବଲିଉଡ୍ ବିୟୁଟି ଜୁହି ଚାୱଲା।ସେ ବଣ୍ଡ ପେପରରେ ଦସ୍ତଖତ କରିଛନ୍ତି ବୋଲି ଜଣାପଡ଼ିିଛି।

ଆର୍ଯ୍ୟନଙ୍କ ବେଲ ସମୟରେ ଜୁହି ମୁମ୍ବାଇ ସେସନ କୋର୍ଟରେ ଉପସ୍ଥିତ ଥିଲେ। ଶାହାରୁଖ ଓ ଜୁହି ପରସ୍ପରର ଭଲ ସାଙ୍ଗ ଅଟନ୍ତି। ଗୁରୁବାର ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍‌ ଧମେଚାଙ୍କୁ ଜାମିନ୍‌ ଦେଇଥିବା ବିଚାରପତି ଏମ.ଡବ୍ଲ୍ୟୁ ସାମ୍ବ୍ରେ ତାଙ୍କୁ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ଅଧିକାରୀଙ୍କ ଅନୁମତି ବିନା ମୁମ୍ବାଇ ବା ଭାରତ ଛାଡ଼ି ନଯିବାକୁ ଆଦେଶ ଦେଇଛନ୍ତି । ସେହିପରି ଆର୍ୟନ ନିଜେ ଅଥବା କାହାଦ୍ୱାରା ମାମଲାରେ ସାମିଲ ଲୋକେ ଅଥବା ସାକ୍ଷଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେନି କି ପ୍ରମାଣ ହେରଫେର କରିବାକୁ ଯେପରି ଉଦ୍ୟମ ନ କରନ୍ତି ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।

 

Leave A Reply

Your email address will not be published.