Latest Odisha News

BREAKING NEWS

ମମିତା ହତ୍ୟା ମମଲା: ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ବିଭିନ୍ନ ଜିଲ୍ଲାରେ ସିରିଜ୍ ବନ୍ଦ ପାଳନ କରୁଛି । ଆଜି ବୌଦ୍ଧ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ବିଜେପି ଦେଇଛି ୧୨ ଘଣ୍ଟିଆ ବନ୍ଦ ଡାକରା ।

ସକାଳୁ ସକାଳୁ ଏସବୁ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଛକରେ ଆନ୍ଦୋଳନକାରୀ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏସବୁ ଜିଲ୍ଲାରେ ବନ୍ଦ ରହିଛି ଗାଡ଼ି ମୋଟର ଚଳାଚଳ । ଦୋକାନବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ । କେବଳ ଅତ୍ୟାବଶ୍ୟକ ଓ ଜରୁରିକାଳୀନ ସେବାକୁ ବନ୍ଦ ପାଳନକୁ ବାଦ ଦିଆଯାଇଛି ।

ସେହିପରି ଭଦ୍ରକ ଜିଲ୍ଲାରେ ବିଜେପି ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏଠାରେ ସକାଳ ୬ଟାରୁ ଦିନ ୧୨ଟା ଯାଏ ବନ୍ଦ ପାଳନ କରାଯାଉଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ମମିତାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରୁଛି ବିଜେପି ।

Comments are closed.