Latest Odisha News

BREAKING NEWS

ପୁଣି ବଢ଼ିଲା ତୈଳଦର: ପେଟ୍ରୋଲ ୩୫ ଓ ଡିଜେଲ୍ ୩୮ ପଇସା ମହଙ୍ଗା

ନୂଆଦିଲ୍ଲୀ: ଦେଶରେ ତୈଳ ଦରରେ ଲଗାମ ରହୁନି । ପ୍ରତିଦିନ ବଢୁଛି ଦାମ୍ । ଆଜି ପେଟ୍ରୋଲ ଦର ଲିଟର ପ୍ରତି ୩୫ ପଇସା ବଢ଼ିଛି । ସେହିପରି ଡିଜେଲ୍ ଦର ୩୮ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ୍ ୧୦୯.୯୬ ଟଙ୍କା ଓ ଡିଜେଲ୍ ଦାମ୍ ୧୦୬.୬୦ ଟଙ୍କା ହୋଇଛି ।

BjdElectrycity

ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ବଢିଛି ତୈଳ ଦର । ଅକ୍ଟୋବରରେ କେବଳ ପେଟ୍ରୋଲ ଓ ଡିଜେଲ୍ ଦାମ୍ ପାଖାପାଖି ୨୦ ଥର ବଢ଼ିଲାଣି । ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୧୦୮.୯୯ ଟଙ୍କା ହୋଇଥିବା ଡିଜେଲ୍ ଦାମ୍ ରହିଛି ୯୭.୭୨ ଟଙ୍କା ।

ମୁମ୍ବାଇରେ ପେଟ୍ରୋଲ୍ ୧୧୪.୮୧ ଟଙ୍କା ଓ ଡିଜେଲ୍ ଦାମ୍ ରହିଛି ୧୦୫.୮୬ ଟଙ୍କା । ସେହିପରି ଚେନ୍ନାଇରେ ପେଟ୍ରୋଲ୍ ଲିଟର ପ୍ରତି ଗ୍ରାହକଙ୍କ ପକେଟରୁ ଯାଉଛି ୧୦୫.୭୪ ଟଙ୍କା । ଡିଜେଲ୍ ପାଇଁ ଗଣୁଛନ୍ତି ୧୦୧.୯୨ ଟଙ୍କା । କୋଲକାତାରେ ପେଟ୍ରୋଲ ୧୦୯.୪୭ ଟଙ୍କା ଓ ଡିଜେଲ୍ ଲିଟର ପ୍ରତି ଦାମ୍ ରହିଛି ୧୦୦.୮୪ ଟଙ୍କା ।

Leave A Reply

Your email address will not be published.