Latest Odisha News

BREAKING NEWS

୨୨ ଦିନ ପରେ ଆଜି ମୁକୁଳିବେ ଆର୍ୟନ୍, ପୁଅକୁ ଆଣିବାକୁ ଜେଲ୍ ଗଲେ ଶାହାରୁଖ

ମୁମ୍ବାଇ: ଆଜି ଜେଲରୁ ବାହାରି ପାରନ୍ତି ଜୁନିଅର୍ କିଙ୍ଗ ଖାନ୍ । ୨୨ ଦିନ ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରୁ ମୁକୁଳିଲେ ଆର୍ୟନ୍ ଖାନ୍ । ଦିନ ୧୦ଟାରେ ସେ ମୁକୁଳି ପାରନ୍ତି । ଜେଲର ଜାମିନ ବାକ୍ସରେ ରିଲିଜ ଅର୍ଡର ଦିଆଯାଇଛି । ଅର୍ଥାତ୍ ଏବେ ଆର୍ୟନଙ୍କର ଜେଲରୁ ମୁକୁଳିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ବିଳମ୍ବ ହେବାରୁ ଜାମିନ୍ ବାକ୍ସ ଖୋଲି ନଥିଲା ।

ଆର୍ୟନଙ୍କୁ ଅପେକ୍ଷା କରିଛି ମନ୍ନତ । ୨୨ ଦିନ ପରେ ସେ ଘରକୁ ଫେରିବେ । ପୁଅକୁ ଆଣିବା ପାଇଁ ମନ୍ନତରୁ ବାହାରି ମୁମ୍ବାଇ ଆର୍ଥର ରୋଡ୍ ଜେଲ୍ ଯାଇଛନ୍ତି ଶାହାରୁଖ ଖାନ୍ । ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରୁ ଆର୍ୟନଙ୍କୁ ଧରିଥିଲା ଏନସିବି । ୮ ତାରିଖରୁ ସେ ଜେଲରେ ଅଛନ୍ତି । ଗୁରୁବାର ଦିନ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ବମ୍ବେ ହାଇକୋର୍ଟ ।

ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ ନକହି ସେ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ । ପ୍ରତି ଶୁକ୍ରବାର ଏନସିବି ଅଫିସରେ ସକାଳ ୧୧ଟାରୁ ୨ଟା ଭିତରେ ହାଜର ହେବେ । ଅନ୍ୟ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ରହିବେ ନାହିଁ ।

ତଦନ୍ତ ସହ ଜଡିତ ପ୍ରସଙ୍ଗ ଗଣମାଧ୍ୟମ ଆଗରେ ପ୍ରକାଶ କରିବେ ନାହିଁ । ପାସପୋର୍ଟ ସ୍ପେଶାଲ୍ ଏନଡିପିଏସ୍ କୋର୍ଟରେ ଦାଖଲ କରିବେ । କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ନଯିବା ପାଇଁ ଆର୍ୟନଙ୍କ ଆଗରେ ସର୍ତ୍ତ ରଖିଛନ୍ତି କୋର୍ଟ ।

Leave A Reply

Your email address will not be published.