Latest Odisha News

BREAKING NEWS

ପେଟ୍ରୋଲ ଏବଂ ଡିଜେଲ ସମେତ ବଢୁଛି ପରିବା ଦର; ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ଏହି ପାର୍ବଣ ଋତୁରେ ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ବଜେଟକୁ ଖରାପ କରିଦେଇଛି। ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବଢିବାରେ ଲାଗିଛି। ଏହାସହିତ ବୃଦ୍ଧି ପାଉଛି ପନିପରିବା ଦର। ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ବେଶ୍‌ ପ୍ରଭାବ ପକାଇଛି।

ତେବେ ଖାଇବା ତେଲର ମୂଲ୍ୟରେ ହ୍ରାସ ଘଟିଥିଲା। ବର୍ତ୍ତମାନ ଦିୱାଲୀ ଏବଂ ଛଟ୍‌ ପୂଜା ପାଖେଇ ଆସୁଥିବାରୁ ବର୍ଦ୍ଧିତ ମୂଲ୍ୟକୁ ନେଇ ସାଧାରଣ ଲୋକ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଛି।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦେଶର ଅନେକ ରାଜ୍ୟରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଶନିବାର ଦିନ କ୍ରମାଗତ ଭାବେ ଚତୁର୍ଥ ଦିନ ପେଟ୍ରୋଲ ଏବଂ ଡିଜେଲର ହାର ୩୫ ପଇସା ବୃଦ୍ଧି ପାଇଛି।

ସରକାରଙ୍କ ଉଦ୍ୟମ ପରେ ଟମାଟୋର ମୂଲ୍ୟ ନିୟନ୍ତ୍ରଣ କରାଯାଉଛି। କିଛି ସମୟ ପୂର୍ବରୁ ପ୍ରାୟ ୧୦୦ ଟଙ୍କା ବିକ୍ରି ହେଉଥିବା ଟମାଟୋ ବର୍ତ୍ତମାନ ଖୁଚୁରା ବଜାରରେ କିଲୋଗ୍ରାମ ପିଛା ୪୦ ରୁ ୪୫ ଟଙ୍କା ବିକ୍ରି ହେଉଛି। ଦିଲ୍ଲୀର ଅନେକ ଖୁଚୁରା ବଜାରରେ ପିଆଜ କିଲୋ ପିଛା ୬୦ ଟଙ୍କା ରହିଛି।

ଏଥି ସହିତ ବିଭିନ୍ନ ପନିପରିବା ଦର କିଲୋଗ୍ରାମ ପିଛା ୫୦ ରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ରାଜଧାନୀରେ ଟମାଟୋ କିଲୋଗ୍ରାମ ପିଛା ୫୦ ଟଙ୍କାରୁ ଅଧିକ ବିକ୍ରି ହେଉଛି।

Leave A Reply

Your email address will not be published.