Latest Odisha News

BREAKING NEWS

[ଭିଡିଓ] କେନ୍ଦୁଝରରେ ରାଜ୍ୟର ପ୍ରଥମ ‘ମାଣ୍ଡିଆ କାଫେ’ ଉଦଘାଟିତ

କେନ୍ଦୁଝର : କେନ୍ଦୁଝରରେ ରାଜ୍ୟର ପ୍ରଥମ ”ମାଣ୍ଡିଆ କାଫେ’ ଉଦଘାଟିତ ହୋଇଛି  । ଜିଲ୍ଲାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଣ୍ଟାଭିଡିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ୧୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୩ ହଜାରରୁ ଅଧିକ ଚାଷୀଙ୍କୁ ନେଇ ପ୍ରଶାସନ ଆରମ୍ଭ କରିଛି ମିଲେଟ କାଫେ ।

ଏହି କାଫେରେ ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ତତ୍ଵାବଧାନ ରେ ମାଣ୍ଡିଆ ନିର୍ମିତ ପ୍ରତ୍ୟେକ ଜିନୀଷ କୁ ବିକ୍ରି କରାଯିବ । ହଜିବାକୁ ବସିଥିବା ଆଗ କାଳିଆ ମାଣ୍ଡିଆ କୁ ଲୋକଙ୍କ ପାଖରେ ନୂଆ ଢଙ୍ଗରେ ପହଞ୍ଚାଇବାକୁ ପ୍ରଶାସନର ପ୍ରୟାସ ।ରାଜ୍ୟ ମିଲେଟ ମିଶନ , ମିଶନ ଶକ୍ତି ଓ ଡିଏମଏଫ ସହାୟତା ରେ ଆରମ୍ଭ ହୋଇଥିବା ମାଣ୍ଡିଆ ବିକ୍ରୟ କେନ୍ଦ୍ର ଏବେ ବେସ ଗ୍ରହଣୀୟ ହୋଇଛି ।

ଲୋକମାନେ ଆନନ୍ଦର ସହ ଏହାକୁ ଆପଣେଇଛନ୍ତି । ଫଳରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ବେସ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଏହି ମାଣ୍ଡିଆ ରେ ପ୍ରଚୁର ପରିମାଣର ବିଭିନ୍ନ ଭିଟାମିନ ଥିବାରୁ ଏହା ଦେହ ପକ୍ଷ ରେ ହିତକାର  ଓ ଏହା ଅଧିକ ପୋଷଣ ଦେଇଥାଏ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.