Latest Odisha News

କାର ଧକ୍କାରେ ଚାଲିଗଲା ଶିଶୁର ଜୀବନ, କ୍ଷତିପୂରଣ ଦାବିରେ ଥାନା ଘେରାଓ

ରାୟଗଡ଼ା: କାର ଧକ୍କାରେ ଚାଲିଗଲା କୋମଳ ଶିଶୁର ଜୀବନ। ରାୟଗଡ଼ାରେ ଏହିପରି ଅଭାବନୀୟ ଘଟଣା ଘଟିଛି  । ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଏକ କାର ଧକ୍କାରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣକ ହେଲେ ସୁଧାଂଶୁ ସାମଲ।

ସୂଚନା ଅନୁସାରେ, ସୁଧାଂଶୁ ନିଜ ଭଉଣୀ ସହ ରାସ୍ତା ପାର ହେଉଥିବାବେଳେ ଏକ କାର ଧକ୍କା ଦେଇଥିଲା। ଫଳରେ ଶିଶୁଟି ଗୁୁରୁତର ଆହତ ହୋଇଥିଲା। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ହିଁ ତାର ମୃତ୍ୟୁ ଘଟିଥିଲା।

ତେବେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ମୃତ ଶିଶୁ ଜଣେ ମେହନ୍ତରଙ୍କ ପୁଅ ବୋଲି ଜଣାପଡ଼ିଛି। ପୌର ପରିଷଦର ସମସ୍ତ ମେହେନ୍ତର ଆଜି କାମ ବନ୍ଦ କରି ରାୟଗଡ଼ା ଥାନା ଘେରାଓ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଶତାଧିକ ମେହନ୍ତର ଥାନା ସମ୍ମୁଖରେ ବସି ରହିଛନ୍ତି। ଯାହାଦ୍ୱାରା ଓଡ଼ିଶା-ଆନ୍ଧ୍ରପ୍ରଦେଶ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ପୋଲିସ ସେମାନଙ୍କ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ଏଯାଏଁ କିଛି ସଫଳ ହୋଇନଥିବା ଜଣାପଡ଼ିଛି।

Leave A Reply

Your email address will not be published.