Latest Odisha News

BREAKING NEWS

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କାର ଉପରକୁ ଅଣ୍ଡା ଓ କାଳି ମାଡ଼

ଭୁବନେଶ୍ୱର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଆଜି ଓଡ଼ିଶା ଗସ୍ତରେ ଆସିଥିବାବେଳେ ବିରୋଧ କରିଛି କଂଗ୍ରେସ। ଦଳ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ କାର୍ ଉପରକୁ ଅଣ୍ଡା ଓ କାଳିମାଡ଼ କରାଯାଇଥିଲା। ଏହାସହ ମନ୍ତ୍ରୀଙ୍କ ଗାଡ଼ିକୁ କଳା ପତାକା ପ୍ରଦର୍ଶନ କରିଛି କଂଗ୍ରେସ।

ଆଜି ମୁଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ତାଙ୍କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି।

ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣାକୁ ନେଇ ମନ୍ତ୍ରୀଙ୍କୁ ବିରୋଧ କରାଯାଇଛି।ପାଖାପାଖି ଶହେରୁ ଅଧିକ କଂଗ୍ରେସ କର୍ମକର୍ତ୍ତା କେନ୍ଦ୍ରମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ସହ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି।

Leave A Reply

Your email address will not be published.